ମୋବାଇଲ୍ ନେଇ ଗଲା ୧୫ ବର୍ଷ ବାଳକ ସେକ୍ ଜାହିରର ଜୀବନ

ଜଟଣୀ: ଗତ କାଲି ଅପରାହ୍ନରେ ଅସମ୍ଭବ ଧରଣର ଘଡଘଡି ବିଜୁଳିର ଉତ୍ପାତ ତା ସହିତ ବର୍ଷାର ପାଦୁର୍ଭାବ ଅଦ୍ବିତୀୟ ଥିଲା। ସେହି ସମୟରେ ଜଟଣୀ ଅନ୍ତର୍ଗତ ବେଣାପଞ୍ଜରି ଗ୍ରାମର ୧୫ ବର୍ଷ ବାଳକ ସେକ୍ ଜାହିର ମୁଣ୍ଡ ଉପରେ ମୋବାଇଲଟି ଥୋଇ ସୋଇ ଯାଇଥିଲା। ସେ କଣ ଜାଣିଥିଲା ତାରି ମୋବାଇଲ ତାର ମୃତ୍ୟୁ ର ଅପେକ୍ଷାରେ ରହିଛି। ବଜ୍ରଘାତ ମାଧ୍ୟମରେ ମୋବାଇଲଟି ସଟସର୍କିଟ ହୋଇ ବିସ୍ଫୋରଣରେ ପରିଣତ ହୋଇଥିଲା। ସେହି ବିସ୍ଫୋରଣରେ ବିଚରା ଜାହିରର ଜୀବନ ଚାଲିଗଲା। ଘଟଣା ସ୍ଥଳରୁ ଜଟଣୀ ପୋଲିସ ଦ୍ୱାରା ଶବ ଉଦ୍ଧାର କରି ଜିଲ୍ଲା ହସପିଟାଲ୍ ଖୋର୍ଦ୍ଧା କୁ ବ୍ୟବଛେଦ ପାଇଁ ପଠା ଯାଇଥିଲା। ହସପିଟାଲ୍ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମର୍ମତୁଦ ଘଟଣାକୁ ଦେଖି ମା ନଜରୁନ ବିବି ମର୍ମାହତ ହୋଇ ପଢିଛନ୍ତି। ବାଳକ ଜାହିର ପାଇଁ ସେହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଜଟଣୀ ଥାନାରେ ୨୨/୨୩ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀଙ୍କ ପକ୍ଷରୁ ସୁଚନା ମିଳିଛି। ଆଜି ସେକ୍ ଜାହିରର ଅନ୍ତିମ ସଂସ୍କାର କବର ବେଣାପଞ୍ଜରି ସ୍ଥିତ କବରସ୍ଥାନରେ ସମ୍ପର୍ନ କରାଯାଇଛି।

ରିପୋର୍ଟ – ଶାହାବୁଦ୍ଦିନ ଖାଁ, ଜଟଣୀ।

Leave a Reply

Your email address will not be published. Required fields are marked *