ବିଦେଶରେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏଠାରେ ସେ ଅନେକ ଦେଶର ବଡ଼ ବଡ଼ ନେତାଙ୍କୁ ଭେଟିଥିଲେ। ଜୋ- ବାଇଡେନଙ୍କଠାରୁ ଆରମ୍ଭ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ମଧ୍ୟ ମୋଦିଙ୍କର ସାକ୍ଷାତ ହୋଇଥିଲା। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆପଣ ବହୁତ ଲୋକପ୍ରିୟ। ଅନେକ ଲୋକ ଆପଣଙ୍କୁ ଭେଟିବାକୁ ଚାହାନ୍ତି।

ଖାଲି ଏତିକି ନୁହେଁ, ଶନିବାର ବାଇଡେନ ମୋଦିଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ସେ ମୋଦିଙ୍କୁ ସ୍ବାଗତ ଜଣାଇବା ସହ ତାଙ୍କୁ ଆମେରିକା ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ବାଇଡେନ କହିଛନ୍ତି, ଅନେକ ବଡ଼ ବ୍ୟକ୍ତିତ୍ୱ ମୋତେ ଡାକନ୍ତି ଏବଂ ଆପଣଙ୍କୁ ମଧ୍ୟ ଭେଟିବା ପାଇଁ କୁହନ୍ତି।

Leave a Reply

Your email address will not be published. Required fields are marked *