ଶୁକ୍ରବାର ବାରାଣାସୀ ଯିବେ ମୋଦି, ୧୭୫୦ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖ ଅର୍ଥାତ୍‌ ଶୁକ୍ରବାର ବାରାଣାସୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ ଅନେକ ଉପହାର ଦେବେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୭୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉପହାର ଦେବାକୁ ଯାଉଛନ୍ତି। ଏଥିସହ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୦ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ସୂଚନାନୁସାରେ, ଦେଶର ପ୍ରଥମ ଅର୍ବାନ ଟ୍ରାନ୍ସପୋର୍ଟ ରୋପୱେର ମୂଳଦୁଆ ମଧ୍ୟ ପକାଇବେ ପ୍ରଧାନମନ୍ତ୍ରୀ। କାଶୀ ବାସିନ୍ଦା ଦୀର୍ଘ ଦିନ ଧରି ଏହି ଅର୍ବାନ ଟ୍ରାନ୍ସପୋର୍ଟ ରୋପୱେକୁ ଅପେକ୍ଷା କରିଥିଲେ। ଏହି ରୋପୱେ ନିର୍ମାଣରେ ୬୬୪.୪୯ କୋଟି ଖର୍ଚ୍ଚ ହେବ। ଏହି ରୋପୱେ ବାରାଣାସୀର ୫ ଷ୍ଟେଶନ ଦେଇ ଯିବ। ସେହିପରି ପ୍ରଧାନମନ୍ତ୍ରୀ କାଶୀରେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *