ଧରା ପୃଷ୍ଟକୁ ଆସୁଛନ୍ତି ମା

ଧରା ପୃଷ୍ଟକୁ ଆସୁଛନ୍ତି ମା, ଚଳ ଚଞ୍ଚଳ ଜେକେପୂର୍ ଶିଳ୍ପ ଅଞ୍ଚଳ ରାୟଗଡ଼ା ରାୟଗଡ଼ ଜିଲ୍ଲା ଜେକେପୁର ଠାରେ ଜେକେ କାଗଜ କଳ ଓ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଦଶହରା ପଡିଆ ଠାରେ ସୁନ୍ଦର ତୋରଣ ସହ ଅଯୋଧ୍ୟାରେ ଗଡି  ଉଠିଥିବା  ବହୁ ପ୍ରତିକ୍ଷୀତ ରାମ ଜନ୍ମଭୂମି ପ୍ରତିଷ୍ଠା ଢାଞ୍ଚାରେ ପୁଜା ମଣ୍ଡପ ନିର୍ମାଣ ହୋଇଛି। ପ୍ରଥମେ ପୂର୍ବ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳପକ୍ଷ  ଷଷ୍ଠୀ ତିଥିରେ  ମାହେନ୍ଦ୍ର ବେଳା  ଅନୁଯାୟୀ କାରିଗରଙ୍କ  ଦ୍ଵାରା  ଗଡା ଯାଇଥିବା ମୃଣୟ ମୂର୍ତ୍ତିରେ ଜୀବଦାନ  ସହ ସୂର୍ଯ୍ୟପୂଜା, ପାର୍ଶଵଦେବଦେବୀ ପୂଜା ଆରମ୍ଭ ହେବ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ପଯ୍ୟନ୍ତ ପୂଜା କାର୍ଯ୍ୟକ୍ରମ ଚାଲିବା  ବେଳେ ବିଜୟା ଦଶମୀ ଦିନ ରାବଣ ଦହନ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ଥାନୀୟ ଟ୍ରକ୍ ପାର୍କିଂ ସ୍ଥଳରେ ସଦୃଶ୍ୟ ଉଚ୍ଚତମ ରାବଣ ପ୍ରତିକୃତି ନିର୍ମାଣ କରା ଯାଇଛି। ସେହିଭଳି ଦର୍ଶକଙ୍କ ମନୋରଞ୍ଜନ୍ ପାଇଁ ପ୍ରତେକ ଦିନ ସନ୍ଧ୍ୟାରେ  ସାଂସ୍କୃତିକ  କାର୍ଯ୍ୟକ୍ରମ ରଖାଯିବ ସହ  ସ୍ଥାନୀୟ  ଅଞ୍ଚଳର କଳାକାରଙ୍କୁ ଆଗ୍ରାଧିକାର ଦିଆ ଯାଇଛି । ଛତିଶଗଡ, ବିଶାଖାପାଟଣା ଓ ଭୁବନେଶ୍ଵରରୁ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପୂଜା କମିଟି ଚେୟାରମ୍ୟାନ ଶ୍ରୀଯୁକ୍ତ ବିନୟ ଦ୍ବିବେଦୀ ସୂଚନା ଦେଇଛନ୍ତି।  ଲକ୍ଷାଧିକ ଲୋକଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀ କାଳୀନ ବ୍ୟବସ୍ଥା କରାଯିବା ସହ ନିରାପତ୍ତା ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ସଂପାଦକ ବିଶ୍ବଜିତ ଦ୍ୱିବେଦୀ  ପ୍ରକାଶ କରିଛନ୍ତି । ଚାନ୍ଦଲି  ଥାନା ପକ୍ଷରୁ ୯  ପ୍ଲାଟୁନ  ପୋଲିସ୍ ଫୋର୍ସ  ନିୟଜିତ କରାଯାଇଛି । ଟ୍ରାଫିକ ସମସ୍ୟା ରୁ    ବର୍ତିବା ପାଇଁ  ଜେକେ ପୁରର ବିଭିନ୍ନ ସ୍ଥାନରେ ଚାରି ଚକିଆ ଓ ଦୁଇ ଚକିଆ ଯାନ ବାହନ ପାଇଁ ସତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *