ବିଜେପିରେ ମିଶିଲେ ୧୦ରୁ ଅଧିକ ପରିବାର

ଭଦ୍ରକ :୧୭/୧୦:- ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନସ୍ଥ ସହାପୁରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ୧୦ରୁ ଅଧିକ ପରିବାର ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ମିଶିଥିବା କହିଛନ୍ତି। ଶସିକାନ୍ତ ବିଶ୍ୱାଳ ଓ ଲଙ୍କେଶ୍ଵରୀ ମଣ୍ଡଳ ସଭାପତି ରାଜାରାମ ମହାକୁଡଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।