ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ରାଜଧାନୀ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି। ୟୁନିଟ ୮ରେ ଥିବା ଏକ ଘରୁ ଏସ୍‌ଟିଏଫ୍‌ ଟିମ୍‌ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ଟିମ୍‌ ବେପାରୀ ଚିତ୍ତରଞ୍ଜନ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି। ଚିତ୍ତରଞ୍ଜନଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳଙ୍ଗା ଗାଁରେ ବୋଲି ଜଣାଯାଇଛି।
ସୂଚନାନୁଯାୟୀ, ଏକ ଘରେ ବ୍ରାଉନସୁଗାର ଡିଲ୍‌ ଚାଲିଥିବା ବେଳେ କମିଶନରେଟ ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ଟିମ ଚଢାଉ କରିଥିଲା। ଏହି ଚଢ଼ାଉ ସମୟରେ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *