( କ୍ରମଶଃ ….୨ୟ ଭାଗ )

                     ମାଆ
        ( ଚଉତିଶା , ଚ଼ ରୁ ଞ/ନ )

    🖊କବିରତ୍ନ ନୂତନ କୁମାର ବେହେରା

ଚେତନା ଦେଇ ମାଆ କରଇ ଜାଗ୍ରତ
               ଚିନ୍ତି ଭବିଷ୍ୟତ ଶିଖାଇଥାଏ ସତ,
ଚିର ଶାନ୍ତି ଦିଏ କର୍ମ କରି ମହତ
          ଚରିତ୍ର ଅମ୍ଳାନ ରଖି ଜିତେ ଜଗତ।୧।

ଛଳନା ନଥାଏ ତାର ସ୍ବଚ୍ଛ ହୃଦୟେ
            ଛଳ କୁଟ କପଟର ରହେନା ଭୟେ,
ଛୋଟରୁ କରେ ସେ ବଡ଼ ରହି ନିର୍ଭୟେ
      ଛଟକ ଦେଖାଏ ସନ୍ତାନ ତାର ଲୟେ।୨।

ଜୀବନ ଗଢି଼ଦିଏ ସହି ଦୁଃଖ କଷ୍ଟ
               ଜଟିଳ ସ୍ଥିତିରୁ ରଖି କରେ ସନ୍ତୁଷ୍ଟ,
ଜନନୀ ହୋଇ ଦୂରେଇ ଦିଏ ଅନିଷ୍ଟ
          ଯତ୍ନରେ ତାର ଖଣ୍ଡନ ହୁଅଇ ରିଷ୍ଟ।୩।

ଝରାଏ ଅମିୟ ତା’ ହୃଦୟରୁ ସଦା
     ଝଟ ରହେ କାର୍ଯ୍ୟେ କରେ ନାହିଁ ସେ ନିନ୍ଦା,
ଝଲସୁଥାଏ ତା’ ମୁଖ ଲାଗେ ବରଦା
   ଝରାଇ ଲୁହ ସେ ରଖେ ଗୃହର ମର୍ଯ୍ୟାଦା।୪।

ନାରୀ ରୂପରେ ମାଆ ଦେବୀ ଅନ୍ନପୂର୍ଣ୍ଣା
                 ନିଜ କୁଟୁମ୍ବ ପାଇଁ କରଇ ଭାବନା,
ନିରେଖି ଦେଖେ ସେ ଆଗକୁ ସମ୍ଭାବନା
         ନିର୍ମଳ ମନେ ପ୍ରଭୁଙ୍କୁ କରେ ପ୍ରାର୍ଥନା।୫।
                                 ( କ୍ରମଶଃ…)

               କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *