( କ୍ରମଶଃ…୫ ମ ଭାଗ )

               ମାଆ

    ( ଚଉତିଶା, ବ ରୁ ଳ/ଲ )

 🖊️କବିରତ୍ନ ନୂତନ କୁମାର ବେହେରା

ବସୁଧା ସମ ମାତା ଭବ ସଂସାରେ
          ବେଦନା ସହି ରହେ ନିଜର ଘରେ,
ବୋହି ଜଞ୍ଜାଳ ଯେତେ ସେବା କରେ
       ବକ୍ଷରୁ ସଦା ତାର ଅମୃତ ଝରେ।୧।

ଭବ ସାଗରେ ସିଏ ଭରସା ତରୀ
         ଭୟର ଢ଼େଉ କାଟି ରଖେ ଉଦ୍ଧାରି,
ଭରସା ଦିଏ ସଦା ପ୍ରଭୁ ସୁମରି
     ଭାବ ଭାଷାରେ ସରାଗ ଥାଏ ପୂରି।୨।

ମମତାମୟୀ ମାଆ ଜୀବନ୍ତ ଦେବୀ
         ମଧୁର କଥା କହେ ଯତନେ ସେବି,
ମଙ୍ଗଳ ଚିନ୍ତେ ସେ ହୃଦେ ଅନୁଭବି
        ମୁଖର ଶିରୀ ତାର ଉଦିତ ରବି।୩।

ଯାତନା ସହି ସେ ଗୃହେ ପୁଣ୍ୟତୋୟା
       ଯାଚି ଦିଏ ଆଶିଷ ସେ ପୂଜ୍ୟନୀୟା,
ଯଥାର୍ଥେ ପାଳି ବ୍ରତ କରେ ସୁଦୟା
      ଜାଗ୍ରତ ରହି କର୍ମେ ହୁଏ ନିର୍ଭୟା।୪।

ରଖି ଘରର ମାନ ଆଣେ ସମୃଦ୍ଧି
           ରକ୍ଷା କବଚ଼ ହୋଇ ଦିଅଇ ବୁଦ୍ଧି,
ରହି ତତ୍ପର ପାରେ ଅସାଧ୍ୟ ସାଧି
     ରୁଚି ନୀତିରେ ତାର ଲଭଇ ସିଦ୍ଧି।୫।

ଲକ୍ଷ୍ୟରେ ରଖିଥାଏ ସେ ଏକନିଷ୍ଠା
      ଲାଳସା ଏଡ଼ି କରେ ନ୍ୟାୟ ପ୍ରତିଷ୍ଠା,
ଲାଳନେ ପାଳନେ କରେ ନାହିଁ କୁଣ୍ଠା
ଲୁହ ଝରାଇ ଭାଷେ ସେ ମିଠା ମିଠା।୬।

 କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *