ପଶୁ ବଳି ବଦଳରେ ଖୁଆ ବଳିରେ ସନ୍ତୁଷ୍ଟ ମା ଭୋଦର କାଳୀ।

ପଶୁ ବଳି ବଦଳରେ ଖୁଆ ବଳିରେ ସନ୍ତୁଷ୍ଟ ଭୋଦର କାଳୀ। ଏହି ନିଆରା ପରମ୍ପରା ରହି ଆସିଛି ନିମାପଡା ଅଂଚଳରେ ଥିବା ଭୋଦର ଗ୍ରାମରେ। କାହିଁ କେଉଁ ଆବାହମାନ କାଳରୁ ଏହି ନିଆରା ପରମ୍ପରା ରହି ଆସିଛି ଏହି ଗ୍ରାମରେ। ନିମାପଡା ଅଂଚଳରେ ପ୍ରାୟ 20 ଟି ପୂଜା ମଣ୍ଡପରେ ମାଙ୍କର ଚାଲିଛି ପୂଜାର୍ଚନା। ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ।VO 1) ପଶୁ ବଳି ବଦଳରେ ଖୁଆ ବଳିରେ ସନ୍ତୁଷ୍ଟ ଭୋଦର କାଳୀ। ଭୋଦର ଗ୍ରାମରେ ଘୋଷଲ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଛି କାଳୀ ପୂଜାରେ ଏହି ନିଆରା ପରମ୍ପରା। 1307 ଖ୍ରୀଷ୍ଟାଦ୍ଧରୁ ଏହି ପୂଜା ଅନୁଷ୍ଠିତ ହୋଇ ଆସୁଛି।ରାଜ୍ୟର ଅନ୍ୟ ପୀଠ ମାନଙ୍କରେ ବଳିପ୍ରଥାର ପରମ୍ପରା ଥିବା ବେଳେ ଏଠାରେ ଖିରରେ ପ୍ରସ୍ତୁତ ଖୁଆରେ ଛାଗଳ ଆକୃତି କରାଯାଇ ବଳି ପକାଯାଇଥାଏ। ଏହାଛଡ଼ା ମାଙ୍କୁ ଏଠାରେ ଏକା ସାଙ୍ଗରେ ମଦ, ମାଛ, ମହାପ୍ରସାଦ ଭୋଗ ଲାଗି କରାଯାଇଥାଏ। ଯାହାକି ଅନ୍ୟ ପୀଠ ମାନଙ୍କ ଠାରୁ ଏହି ପୀଠ ସ୍ଵତନ୍ତ୍ରତା ବହନ କରି ଆସୁଛି। ସେହିପରି ନିମାପଡା ଅଂଚଳର ଅନ୍ୟ ଏକ ପୀଠ।ପାଟପୁର ଗ୍ରାମରେ ପୂଜା ପାଉଥିବା ଦକ୍ଷିଣକାଳୀ ପୀଠ। ଏଠାରେ ମାଙ୍କର ପୂଜାର୍ଚନା ସମ୍ପୂର୍ଣ ଭାବରେ ବଙ୍ଗୀୟ ରୀତିନୀତି ଅନୁସାରେ ହୋଇଥାଏ। ତାନ୍ତ୍ରିକ ମତରେ ଏଠାରେ ମାଙ୍କର ପୂଜାର୍ଚନା କରାଯାଇ ଥାଏ।ବଳି ପ୍ରଥା ବନ୍ଦ ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁ ମାନେ ନିଜର ମାନସିକ ପୂରଣ ପାଇଁ ବଳି ପକାଇଥାନ୍ତି। ଅନ୍ୟ ଏକ ପୀଠ ଭାବରେ ଗଡ଼ଅଣ୍ଡିଆ ଗ୍ରାମର ଶ୍ମଶାନରେ ପୂଜା ପାଉଥିବା ଦକ୍ଷିଣକାଳୀଙ୍କ ପୀଠ।ଅଷ୍ଟଧାତୁରେ ନିର୍ମିତ ଏପରି ବିଶାଳ ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାଳୁ ମିଳେ ନାହିଁ। ଜନ ଶ୍ରୁତି ଅନୁଯାଇ ଜଣେ ସ୍ଥାନୀୟ ଭକ୍ତଙ୍କୁ ମା ସ୍ୱପ୍ନାଦେଶ ଦେଇଥିଲେ ଏଠାରେ ତାଙ୍କୁ ସ୍ଥାପନ କରିବା ପାଇଁ। ସେବେଠାରୁ ଏହି ଶ୍ମଶାନରେ ମା ପୂଜା ପାଉଛନ୍ତି। ଗୋଟିଏ ପଟେ ଲୋକଙ୍କ ଜୁଇ ଜଳୁଥିବା ବେଳେ ଅନ୍ୟ ପଟେ ମାଙ୍କର ମନ୍ଦିର ଭିତରେ ପୂଜାର୍ଚନା ଚାଲିଥାଏ ଯାହାକି ଏହି ପୀଠର ବିଶେଷତ୍ୱ।ଏଠାରେ ମାଙ୍କୁ ବୈଷ୍ମବ ମତରେ ପୂଜା କରା ଯାଇଥାଏ। ମାଙ୍କ ପାଖରେ ଆମିଷ ଭୋଗ କରାଯାଇ ନ ଥାଏ। ପାଣିକଖାରୁ ଆଖୁ ବଳି ପକାଯାଇଥାଏ। ମାଙ୍କୁ ଏଠାରେ ବୈଷ୍ମବି ରୂପରେ ପୂଜା କରାଯାଇଥାଏ।ନିମାପଡା ଅଂଚଳ କାଳୀପୂଜାକୁ ନେଇ ଉତ୍ସବମୁଖର ଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଛି ସ୍ନାସ୍କୃତିକ କାର୍ଯ୍ୟକ୍ରମ।