ଏକୁଳ ଗାଁରେ ଜନନୀ ଯନ୍ତ୍ରଣା


ଏକୁଲ ଗାଁରେ ଜନନୀ ଯନ୍ତ୍ରଣା , ପିଛୁଳି ନାଳ ପାରି ହୋଇ ୧କିମି ଷ୍ଟ୍ରେଚରରେ ବୋହି ମେଡ଼ିକାଲ ଆଣିଲେ ପ୍ରସୂତିଙ୍କୁ ।ଏକୁଲ ଗାଁର ନିରଂଜନ ଦେହୁରୀଙ୍କ ପତ୍ନୀ ଉପାସି ଦେହୁରୀଙ୍କର ପ୍ରସବ ବେଦନା ହେବାରୁ ଘର ଲୋକେ ମଙ୍ଗଳବାର ଆମ୍ବୁଲାନ୍ସ ଡାକିଲେ ଆମ୍ବୁଲାନ୍ସ ଗାଁ ଠାରୁ ଏକ କିମି ଦୂରରେ ରହିଲା ।କାରଣ ଗାଁ କୁ ଯିବାକୁ ହେଲେ ପିଛୁଳି ନାଳ ପାରି ହେବାକୁ ପଡ଼ିବ ଏବେ ବର୍ଷା ପାଇଁ ନାଳରେ ପାଣି ବଢିବା ସହିତ ପଥର ଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ ।ଆମ୍ବୁଲାନ୍ସ ଅଟକିଲା ନାଳ ପାଖରେ ଗାଁ ଠାରୁ ଏକକିମି ଦୂର ଷ୍ଟ୍ରେଚର ସାହାଯ୍ୟରେ ପ୍ରସୂତିଙ୍କୁ ବୋହିକି ଆଣି ନାଳ ପାରି କରିବା ପରେ ଆମ୍ବୁଲାନ୍ସରେ କଙ୍କଡାହାଡ଼ ମେଡ଼ିକାଲ ଆଣିବା ପରେ ସେଠାରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

Leave a Reply

Your email address will not be published. Required fields are marked *