କବି ଚିତ୍ତରଂଜନ ରାଉତଙ୍କ ପରଲୋକରେ ଶୋକସଭା ।

ଭଦ୍ରକ, ୨୨/୭ – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ପଦିନାରାୟଣପୁର ଗ୍ରାମର କବି ଚିତ୍ତରଞ୍ଜନ ରାଉତଙ୍କର ପରଲୋକ ହୋଇଯାଇଛି । ଏଥିପାଇଁ ପ୍ରାଣକୃଷ୍ଣ ଧଳ ପାଠାଗାର ଅନୁକୂଲ୍ୟରେ ପୁରୁଷୋତ୍ତମ ଧଳଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦୋଳଗୋବିନ୍ଦ ଖୁଣ୍ଟିଆ, କୁଳମଣି ରାଉତ, ଭରତ ଚନ୍ଦ୍ର ରାଉତ, ପ୍ରଦୀପ ବେହୁରିଆ, ନିର୍ମଳ ପ୍ରଧାନ, ରଘୁନାଥ ପଣ୍ଡା, ଅରୁଣ ବାରିକ, ହିମାଂଶୁ ରାଉତ, ପ୍ରଶାନ୍ତ ଧଳ, ଧନେଶ୍ୱର ସ୍ୱାଇଁ, ବିଜୟ ରାଉତ, ଆଶିଷ ରାଉତ, ପ୍ରକାଶ ରାଉତ, ସୁବାସିନୀ ରାଉତ, ଅମର ରାଉତ, ସନ୍ତୋଷ ଧଳ ପ୍ରମୁଖ ଯୋଗଦେଇ ପାଠାଗାର ଉଦେଷ୍ଟା ସ୍ୱର୍ଗତ ରାଉତଙ୍କ କବି ପ୍ରତିଭା ଓ ରଳ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *