– ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ତଳୀ କଂଗ୍ରେସ ପକ୍ଷରୁ 5 ଦଫା ଦାବି ନେଇ ଆଜି ବସ୍ତା ବିଦ୍ଯୁତ ଡିଭିଜନ କାର୍ଯ୍ଯାଳୟ ସମ୍ନୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଛି , ଅଘୋଷିତ ବିଦ୍ଯୁତ କାଟ , ଅହେତୁକ ଦରବୃଦ୍ଧି ବନ୍ଦ କରିବା, ପ୍ରତି ମାସ ରେ ଏକ ନିର୍ଦ୍ଦିଷ୍ଟ ତାରିଖ ରେ ବିଦ୍ଯୁତ ବିଲ ଆଦାୟ କରିବା,ବକେୟା ବିଦ୍ଯୁତ ବିଲ୍ ଆଦାୟ ବେଳେ ଗ୍ରାହକ ଙ୍କ ଉପରେ ଜୁଲମ ନକରିବା , ସରକାର ଙ୍କ ପକ୍ଷରୁ ବିଦ୍ଯୁତ ଭିତ୍ତିଭୂମି ପାଂଇ ଖର୍ଚ୍ଚ କରା ଯାଇଥିବା 15 ହଜାର କୋଟି ଟଙ୍କା ର ଶ୍ବେତପତ୍ର ତୁରନ୍ତ ପ୍ରଦାନ କରିବା ଇତ୍ଯାଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି, ଏହି ଅବସର ରେ ହଜାରେ ରୁ ଉର୍ଧ୍ବ କଂଗ୍ରେସ କର୍ମୀ କୁଡିଆ ବ୍ରିଜ ନିକଟରୁ ବସ୍ତା ବିଦ୍ଯୁତ ଡିଭିଜନ କାର୍ଯ୍ଯାଳୟ ପର୍ଯ୍ଯନ୍ତ ରାଲି କରି ଆସିବା ପରେ ବିକ୍ଷୋଭ ପ୍ରଦର୍ଶନ ଏବଂ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ, ଯଦି ଏହି ଦାବି ଗୁଡିକ ପୂରଣ ପାଂଇ ଟାଳଟୂଳ ନିତୀ ଅବଲମ୍ବନ କରାଯାଏ,ତାହାଲେ ପ୍ରଦେଶ କଂଗ୍ରେସ ପକ୍ଷରୁ ସାରା ରାଜ୍ଯ ରେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି

REPORTER – ବିଷ୍ଣୁପଦ ପତି

Leave a Reply

Your email address will not be published. Required fields are marked *