ଅନାଥ ଶିଶୁଙ୍କ ଥଇଥାନ ପାଇ ଜିଲ୍ଳା ଆଇନସେବା ପ୍ରାଧିକରଣଙ୍କ ପଦକ୍ଷେପ

ରାୟଗଡ଼ା-ପିତାମାତାଙ୍କୁ ହରାଇ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ରହୁଥିବା ଜଣେ ଶିଶୁ ର ସାନବାପା ତା ୦୫.୦୯.୨୦୨୩ ରିଖ ଦିନ ଜିଲ୍ଲା ଆଇନସେବା ପ୍ରାଧିକରଣ ନିକଟରେ ଆସି ସେ ଶିଶୁର ଥଇଥାନ ନିମନ୍ତେ ଉପସ୍ଥିତ ହୋଇଥିଲେ l ତଥ୍ୟ ଅନୁଯାୟୀ, କୁମ୍ଭିକୋଟା ଗ୍ରାମର ବାଦଲ କୁଲେସିକା ର ବାପା ଓ ମାଙ୍କ ର ମୃତ୍ୟପରେ ସାନବାପାଙ୍କ ପାଖରେ ରହୁଥିଲେ l ତାଙ୍କ ସାନବାପା ଜଣେ ମଧ୍ୟବିତ୍ତ ଶ୍ରେଣୀରେ ବସବାସ କରୁଥିବାରୁ ସେ ଛୁଆର ଭରଣପୋଷଣ କରିବାରେ ଅସୁବିଧାର ସମ୍ମୁଖିନ ହୋଉଥିଲେ l ତେଣୁ ତା ସାନବାପା ଅସହାୟ ଅବସ୍ଥାରେ ମଙ୍ଗଳବାର ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବଙ୍କୁ ଏକ ଦରଖାସ୍ତ ଆକାରରେ ପିଲାର ଥଇଥାନ ନିମନ୍ତେ ଅନୁରୋଧ କରିଥିଲେ l ଜିଲ୍ଲା ଆଇନସେବା ପ୍ରାଧିକରଣ ଙ୍କ ସଚିବ ଶ୍ରୀମତି ନିବେଦିତା ପଣ୍ଡା ଏକ ଚିଠି ମାଧ୍ୟମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଏହି ଶିଶୁ ର ପୁନଃ ଥଇଥାନ ତଥା ସୁରକ୍ଷା ନିମନ୍ତେ ହାଜର କରାଯାଇଥିଲା l ତା ୦୩.୧୦.୨୦୨୩ ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ଆଦେଶ କ୍ରମେ ସେହି ଶିଶୁ ଟିକୁ ସି.ସି.ଆଇ ବାଲନିକେତନ, ଲିମାବେଡା ଠାରେ ଥଇଥାନ କରାଯାଇଥିଲା l
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର