ମାନନୀୟା ସାଂସଦ ଓ ଜିଲ୍ଲାପାଳଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ସ୍ୱାୟତଶାସନ ଦିବସ ଅବସରରେ ଭଦ୍ରକ ସାଂସଦ ଓ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି.ଏହି ପରିପ୍ରେକ୍ଷୀରେ ଧାମନଗର ମହାବିଦ୍ୟାଳୟ ନିକଟରେ ଏକ ସ୍ମାର୍ଟପାର୍କ,ଜଗୁସଗାର ପୋଖରୀ ର ପୁନରୁଦ୍ଧାର,ରାହାପିତା ଠାରେ ନବନିର୍ମିତ ପାର୍କର ଶୁଭ ଉଦଘାଟନ, ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ପରିଚାଳନା ହେବାକୁ ଥିବା ଆହାର କେନ୍ଦ୍ରର ଶୁଭ ଉଦଘାଟନ ଓ ବହାନାଗା ରେଳ ଦୁର୍ଘଟଣା ରେ ନିର୍ଭୀକ ଭାବେ ସେବା ଯୋଗାଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି.ଏହି ଅବସରରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,ଧାମନଗର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ,ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦର,ଧାମନଗର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ନାୟକ,ବିଜୁ ଜନତା ଦଳର ଧାମନଗର ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି,ଧାମନଗର ବିଜ୍ଞାପିତ ପାରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା,ଧାମନଗର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମହାନ୍ତି,ସାଂସଦଙ୍କ ଧାମନଗର ନଗର ପ୍ରତିନିଧି ଶ୍ରୀଯୁକ୍ତ ଜଗଦୀଶ ପାତ୍ର,ସମାଜସେବୀ ଡାକ୍ତର ସଞ୍ଜୟ ଦାସ,ଭାରତ ବିଜୟ ଦଳାଇ,ଜ୍ୟୋତିପ୍ରକାଶ ସାମଲ ଉପସ୍ଥିତ ଥିଲେ.
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ