ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ
ଗଣିଆ – ଗଣିଆ ବ୍ଳକ ଆଡକଟା ପଞ୍ଚାୟତ କୃଷ୍ନପଲ୍ଲୀ ଛକ ଠାରୁ ବଳଭଦ୍ର ପ୍ରସାଦ ଭାୟା ଜଗନ୍ନାଥ ପ୍ରସାଦ ୩ କିଲୋମିଟର ରାସ୍ତା ପାଇଁ ୨ କୋଟି ୪୩ ଲକ୍ଷ ୯ ହଜାର ଟଙ୍କା ମଞ୍ଜୁର ହୋଇଛି । ଏ ନେଇ ମଙ୍ଗଳବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ନୂତନ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉଭୟ ନେତା ନିଜ ନିଜର କର୍ମୀଙ୍କ ସହିତ ବିଶାଳ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୮ ନ° ଜୋନ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର,ବିଜେପି ସଭାପତି ମହାବୀର ମିଶ୍ରଙ୍କ ସମେତ ଉଭୟ ଦଳର ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ