ମଲ୍ଟି ଲେଭଲ କାର ପାର୍କିଙ୍ଗ ଉଦ୍‌ଘାଟିତ

ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଓଡ଼ିଶା ରାଜ୍ୟ ସରକାରଙ୍କର ଅବଢ଼ା ସ୍କିମ୍ ଅନ୍ତର୍ଗତ ପୁରୀସ୍ଥିତ ବଳଗଣ୍ଡି ରାଜସ୍ୱ ମୌଜା, ପୁରୁଣା ଜେଲ୍ ରୋଡରେ ନିର୍ମାଣ କରାଯାଇଥିବା ବହୁତଳ କାର ପାର୍କିଂର ପରୀକ୍ଷାମୂଳକ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ କୈଳାସ ଚନ୍ଦ୍ର ନାୟକ ଉଦ୍‌ଘାଟନ କରିଛନ୍ତି । ଏହି ପାର୍କିଂ ସ୍ଥଳରେ ୫୦୦ ଚାରିଚକିଆ ହାଲକା ଯାନ, ୫୦୦ ଦୁଇଚକିଆ ମଟର ସାଇକେଲ ରଖାଯିବା ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ଚାରିଚକିଆ, ତିନି ଚକିଆ, ଦୁଇଚକିଆ ଯାନ ପାଇଁ ଯଥାକ୍ରମେ ୫୦ଟଙ୍କା, ୩୦ଟଙ୍କା ଏବଂ ୨୦ ଟଙ୍କା ପ୍ରଥମ ୪ ଘଣ୍ଟା ପାଇଁ ଦରଧାର୍ଯ୍ୟ କରାଯାଇଅଛି । ପ୍ରତି ଅତିରିକ୍ତ୧ଘଣ୍ଟା ସମୟ ପାଇଁ ଯଥାକ୍ରମେ ୧୦ଟଙ୍କା, ୭ଟଙ୍କା ଏବଂ ୫ଟଙ୍କା ରଖାଯାଇଛି । ଏହି ବହୁତଳ ପାର୍କିଂ ବ୍ୟବସ୍ଥାର ପରିଚାଳନା ଦାୟିତ୍ୱ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ତଥା ସଚିବ ପି.କେ.ଡି.ଏ., ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଶ୍ରୀ ସରୋଜ କୁମାର ସ୍ୱାଇଁ, ନିର୍ବାହୀ ଅଧିକାରୀ- ପୌର ପରିଷଦ, ପୁରୀ, ଶ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ ସାଧାରଣ ପରିଚାଳକ ଓ.ବି.ସି.ସି., ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ମହାନ୍ତି, ସହକାରୀ ଯନ୍ତ୍ରୀ ପି.କେ.ଡି.ଏ. ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ଶ୍ରୀ ନଗେନ କୁମାର ନାୟକ, ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ ସମେତ ବିଭିନ୍ନ ବିଭାଗର ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଏହାର ପରିଚାଳନା ପାଇଁ ପି.କେ.ଡି.ଏ. ଦ୍ୱାରା ନିଯୁକ୍ତ ୟୁ.ଟେକ୍ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଅଛି ।

Leave a Reply

Your email address will not be published. Required fields are marked *