ମହାନଗର ନିଗମର ହିଲପାଟଣା ମୁଖ୍ୟ ରାସ୍ତାର ରୋଲ ମୋଡେଲ ହେଉ

ମହାନଗର ନିଗମର ହିଲପାଟଣା ମୁଖ୍ୟ ରାସ୍ତାର ରୋଲ ମୋଡେଲ ହେଉ,

ବ୍ରହ୍ମପୁର – ()
42 ଟି ୱାର୍ଡ କୁ ନେଇ ବ୍ରହ୍ମପୁର ମହାନଗର ନିଗମର ଗଠନ ହୋଇଛି । ସହରର ମଧ୍ୟ ଭାଗ ସହ ତଳି ବା ଖାଲୁଆ ଅଞ୍ଚଳ ରହିଛି ।
ବଡ଼ ହେଉ କି ସାନ ବର୍ଷା ହେଲେ ପ୍ରାୟ ସବୁ ଅଞ୍ଚଳରେ ପାଣି ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗେ । ଶେଷରେ ପାଣି ଖାଲୁଆ ଅଞ୍ଚଳରେ ଯାଇ ରହିଯାଏ । ମହାନଗର ନିଗମ ହେବା ଠାରୁ କୋଟି କୋଟି ଟଙ୍କା ସରକାର ଦେଇଛନ୍ତି ରାସ୍ତା, ଡ୍ରେନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବା ପାଇଁ। ଆମେ ଦେଖିଛୁ ସହରର ହିଲପାଟଣା ମୁଖ୍ୟ ରାସ୍ତା ପାଶ୍ୱରେ ଥିବା ଗଣେଷ ମନ୍ଦିର ସହ ହିଲପାଟଣା 3ୟ ଗଳି ଶେଷ ଅଞ୍ଚଳରେ ପାଣି ଆଣ୍ଠୁଏ ରୁ ଅଧିକ ପାଣି ବର୍ଷା ହେଲେ ଜମି ରହୁଥିଲା । ବର୍ତ୍ତମାନ ତାହା ଦେଖିବାକୁ ମିଳୁନି । ଭଲଭାବେ ପ୍ଲାନିଂ ହୋଇ ଡ୍ରେନ ତିଆରି ତାକୁ ଭଲ ଭାବେ ସଫା କରିବା, ରାସ୍ତାର ମଧ୍ୟ ତିଆରି ହୋଇଛି । ରାସ୍ତା ଓ ଡ୍ରେନ ତିଆରିରେ କେବେବି ଠିକାଦାର ଙ୍କୁ ଦାୟୀ କଲେ ହେବନି । ଏହାପାଇଁ ଦାୟୀ ହେଉଛନ୍ତି ବିଏମସି ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀ ମାନେ । ଯନ୍ତ୍ରୀମାନେ ଯଦି ଠିକ ରୂପେ ରାସ୍ତା ର ଓ ଡ୍ରେନର ଠିକ ରୂପେ ପ୍ଲାନିଂ କରିବା ସହ କାର୍ଯ୍ୟର ତଦାରଖ କରିବେ କାମଟି ଠିକ ହେବ । ହିଲପାଟଣା କୁ ଲାଗି ଗିରିରୋଡ଼ NH ଯାଇଛି । ତଳଦିନେ ରାସ୍ତାର ପାଶ୍ୱରେ ଥିବା ଡ୍ରେନ ସହ ଗଣେଷ ମନ୍ଦିର ପାଖ ଡ୍ରେନ ସାଫରେ ହାରାହାରି 150 ରୁ 200 ଟ୍ରାକ୍ଟର ଅର୍ବଜନା ବାହାର କରାଯାଇଥିଲା ବୋଲି ସ୍ଥାନୀୟ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ କହିଛନ୍ତି । ପ୍ରକୃତ ପକ୍ଷେ ବିଏମସି ର ଯନ୍ତ୍ରୀ ଓ କର୍ମଚାରୀ ଙ୍କ ନିରପେକ୍ଷ, ନିଷ୍ଠା ଏହାସହ ସ୍ଥାନୀୟ ପ୍ରତିନିଧି , ସ୍ଥାନୀୟ ଲୋକଙ୍କ ଠିକ ରୂପେ ସହଯୋଗ ରହିବା ଦରକାର ।
ଏହା ଠିକ ରୂପେ କାର୍ଯ୍ୟକାରୀ ହେବା ଦାୟିତ୍ୱ ମହାନଗର କମିଶନର ସହ ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ଙ୍କ ମଧ୍ୟରେ ସମନ୍ୱୟ ରହିବା ଉତ୍ତର ଦାୟୀ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *