ବଧୂହତ୍ୟା ଅଭିଯୋଗ, କବିସୂର୍ଯ୍ୟନଗର ଥାନରେ ଏତଲା ଦେଲେ ମୃତକଙ୍କ ମା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମର ଘଟିଛି ଅଘଟଣ । ପୁଣି ଯୌତୁକ ଯୁଇରେ ଆଉ ଜଣେ ନବବିବାହିତ ମହିଳା ।ସ୍ୱାମୀ ଓ ଶାଶୁ ସହ ଝଗଡା ନେଇ ଆତ୍ମହତ୍ୟା କରିଥିବା କହିଛନ୍ତି ଶାଶୁ ।ଅନ୍ୟପଟେ ଝିଅ କୁ ଯୌତୁକ ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ହେତୁ ମୋ ଝିଅ ଏହାର ପ୍ରତିବାଦ କରିବା ଫଳରେ ତାକୁ ମରିଦେଇଥିବା ଅଭିଯୋଗ ଆଣି କବିସୂର୍ଯ୍ୟନଗର ଥାନରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ରାନୁ ଙ୍କ ମା କୁନ୍ତୀ ପ୍ରଧାନ ।ସୂଚନାଯୋଗ୍ୟ ଗତ ପାଞ୍ଚ ବର୍ଷ ତଳେ ପୁରୁଷୋତ୍ତମ ପୁର ଥାନା ସିକୁଳା ଗ୍ରାମର କୁନ୍ତି ପ୍ରଧାନ ଙ୍କ ଝିଅ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମର ତୋଫାନ ଙ୍କୁ ବୈବାହିକ ରୀତି ରେ ବାହାଘର କରିଥିଲେ କିଛି ଦିନ ପରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହେବାପରେ ପରିବାର ବହୁତ ହସ ଖୁସିରେ ରହୁଥିଲେ ।ଗତ କିଛିଦିନ ତଳେ ସ୍ୱାମୀ ତୋଫାନ ବିଦେଶରୁ ଫେରିଥିବା ବେଳେ ସ୍ତ୍ରୀ ରାନୁ ନିଜ ତିନି ବର୍ଷର ପୁଅକୁ ନେଇ ବାପା ଘରକୁ ଯିବା ପାଇଁ କହିଥିବା ବେଳେ ସ୍ୱାମୀ ଏହାକୁ ବିରୋଧ କରିଥିଲେ ଯାହାରି ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ତୋଫାନ ରାନୁ କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।ଏହି ମାଡ଼ ସହି ନିର୍ଯ୍ୟାତନା ସହି ନ ପାରି ଆଜି ରାନୁ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ମୃତ୍ୟୁ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।କବିସୂର୍ଯ୍ୟନଗର ଥାନା ରେ ଝିଅ ରାନୁ ମା କୁନ୍ତି ପ୍ରଧାନ ଲିଖିତ ଅଭିଯୋଗ ପରେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ତୋଫାନ କୁ ଗିରଫ କରିବା ସହ ଘଟଣା ଉପରେ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *