ପ୍ରଶଂସା ସାଉଁଟି ଚାଲିଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର

୧୯୯୭ ମସିହାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଧୋବନିନନ୍ଦର ଗାଁ ର ଅର୍ଜୁନ ଓ ଶାନ୍ତିଲତା ଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ସନ୍ତୋଷ କୁମାର । ଏବଂ ସ୍କୁଲ୍ ରେ ପାଠ ପଢୁଥିବା ସମୟରୁ ସନ୍ତୋଷ କୁମାରଙ୍କ ସଙ୍ଗୀତ ପ୍ରତି ବହୁ ଦୁର୍ବଳତା ଥିଲା ଏବଂ ସେହି ଦୁର୍ବଳତା କୁ ମନରୁ ନ ଭୁଲି ପରିଶ୍ରମ କରିଚାଲିଥିଲେ ସନ୍ତୋଷ।ଶେଷରେ ସନ୍ତୋଷ ପ୍ରଚେଷ୍ଟା ପରିଶ୍ରମର “ଜୟ”ହେଲା ।ଆଜକୁ ପ୍ରାୟ ୧୦ବର୍ଷ ହେବ ଓଡ଼ିଆ ସିନେମା ଜଗତରେ କାମ କରିଆସୁଛନ୍ତି ସନ୍ତୋଷ କୁମାର୍। ଯାହା କି ସେ ଅନେକ ଗୀତ ଲେଖି ସାରିଥିବା ସୂଚନା ଦେଇଛନ୍ତି ସନ୍ତୋଷ କୁମାର୍ ସେଥିମଧ୍ୟରୁ ତୁ ଚାହିଁଲେ, ଏ ଗେଲୁ କଣକଲୁ,କହିଥିଲି ତତେ ଦେବିଲୋ ସିନ୍ଦୂର,ଆମର ତ ସବୁସୁରଟ, ଯାନା ଦୂରେଇ ଆଲୋ ମୋ ଧନ ଭଳି ଅନେକ ହିଟ୍ ଗୀତ ଲେଖି ପ୍ରସଂଶା ସାଉଁଟି ପାରିଥିବା ବେଳେ ପରିଶ୍ରମ କୁ ସେତିକିରେ ସିମୀତ ରଖିନଥିଲେ ସନ୍ତୋଷ କୁମାର । ବରଂ ଲେଖାରୁ ଆଉ ପାଦେ ଆଗକୁ ଯାଇ ଆରମ୍ଭ କରିଦେଇଥିଲେ ନିର୍ଦ୍ଦେଶନା।ସେ ଲେଖା ସହ ନିର୍ଦ୍ଦେଶନା ଦେଇଥିବା ଗୀତଗୁଡ଼ିକ ହେଲା
ମୁଁ ଗରିବ ଝିଅ ,ଦାଗ ଯେମିତି ରହିଛି ଜନ୍ହରେ ,ସେ ଚାଲି ଯାଉଛି ତ ଯାଉ,ଆଉ କେତେବେଳେ ଏଇତ ଜୀବନ ,ତୁ ଭଲଠାରୁ ଭଲ ଲାଗୁଛୁ ଏତେ ଓ ମୋର ହେଇଯା ତୁ .. ଭଳି ହିଟ୍ ଗୀତ ଲେଖି ଓ ନିର୍ଦ୍ଦେଶନା ଦେଇ ନିଜର ଗୋଟେ ସ୍ବତନ୍ତ୍ର ସ୍ଥାନ କରିପାରିଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର।ଏବଂ ଗୋଟେ ମଧ୍ୟବିତ୍ତ ପରିବାରରୁ ଆସିଥିବା ସନ୍ତୋଷ କୁମାର୍ ଆଜି ତାଙ୍କ ସ୍ବପ୍ନ ପୁରଣ ହୋଇପାରିବ ବୋଲି ନିଜେ ଚିନ୍ତା କରି ପାରିନଥିଲେ ବୋଲି କହିବା ସହ ପରିଶ୍ରମ କଲେ ନିଶ୍ଚିନ୍ତ ଫଳ ପ୍ରାପ୍ତ ହେବ ବୋଲି ସନ୍ତୋଷ କୁମାର୍ କହିଛନ୍ତି ।ଏବଂ ସବୁବେଳେ କିଛି ନୂଆ କରିବା ଆଶା ନେଇ ରହୁଥିବା ସନ୍ତୋଷ କହିଛନ୍ତି ଯଦି ସୁଯୋଗ ମିଳେ ଆଗକୁ ଆହୁରି ପରିଶ୍ରମ କରି ଭଲ କାର୍ଯ୍ୟ କରିବେ ବୋଲି କହିଛନ୍ତି ସନ୍ତୋଷ କୁମାର୍ ।