ଆଧ୍ୟାତ୍ମିକ ପରିବେଶରେ କମ୍ପୁଛି ମା ମାଉସୀମାଙ୍କ ପୀଠ

ପୁରୀ,୨୪/୧୧- ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ମୁଖ୍ଯ ଅତିଥି ବାର ଆସୋସିଏସନର ସଭାପତି ରାମ ପ୍ରସାଦ ଦାସ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହାପ୍ରଭୁଙ୍କ ଅଙ୍ଗେନିଭା କଥା କହିବା ସହ ମହାପ୍ରଭୁଙ୍କ ପାଖରେ ସମସ୍ତେ ଭାବ ଭକ୍ତିରେ ସମର୍ପଣ ହୋଇ କୃପା ଲାଭ କରନ୍ତୁ । ସମ୍ମାନିତ ଅତିଥି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯ ବରିଷ୍ଠ ଦଇତାପତି ସେବକ ଦୁର୍ଗା ପ୍ରସାଦ ଦାସ ମହାପାତ୍ର,ବାର ଆସୋସିଏସନ ସମ୍ପାଦକ ବିଭୁତି ଶଙ୍କର ତ୍ରିପାଠୀ,ବରିଷ୍ଠ ସେବାୟତ ନରସିଂହ ତିଆଡି ,କାନନ ତିଆଡି,ବିଶୁନି ତ୍ରିପାଠୀ ମଞ୍ଚରେ ମହାପ୍ରଭୁଙ୍କ ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, କାର୍ଯ୍ଯକାରୀ ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର, ସମ୍ପାଦକ ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମହୋତ୍ସବ କମିଟିର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା ବିବରଣୀ ପାଠ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ବନାଥ ଜଗଦେବ । ସାଂସ୍କୃତିକ କମିଟିର ଅଧ୍ୟକ୍ଷ ବିଶ୍ବନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଜ୍ୟୋତିପ୍ରକାଶ ଜେନା ,ତ୍ରିଲୋଚନ ରଥ,ରଘୁନାଥ ମହାନ୍ତି,ଗୋପୀନାଥ ମହାନ୍ତି , ଚିତ୍ତରଞ୍ଜନ ମହାନ୍ତି ,ବିଜୟକୃଷ୍ଣ ଦାଶ ପ୍ରମୁଖ କାଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେରେ କମ୍ପି ଉଠିଥିଲା ମାଉସୀମାଙ୍କ ପୀଠ ପରିସର । ପ୍ରବକ୍ତା ପ୍ରମୋଦ କୁମାର ଦଳାଇ ହରିକଥା ଶ୍ରବଣ କରାଇଥିଲେ । ଶେଷରେ ଶ୍ରୀକ୍ଷେତ୍ରର ଲିଙ୍ଗରାଜ କଳା ନିକେତନର ଗୁରୁ ପ୍ରକାଶ କୁମାର ରଥଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ସ୍ଵାଗତିକା ସ୍ବାଇଁ ,ଶୁଭସ୍ମୀତା ପ୍ରିୟଦର୍ଶିନୀ, ଆୟୁଷା ପରିଡା, ସଙ୍ଗୀତା ପ୍ରଧାନ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ପରେ ଆନ୍ତର୍ଜାତୀୟ ଓଡିଶୀନୃତ୍ଯ ଗୁରୁ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ମଙ୍ଗଳାଚରଣ, ଶାନ୍ତାରାମ ,କାଳୀସ୍ତବ,ରାଧାରାଣୀଙ୍କ ସଙ୍ଗେ ଅଭିନୟ କଳାକୃତି ପଲ୍ଲବୀ,ସମ୍ବଲପୁରୀ ,ଲୋକନୃତ୍ୟରେ ସିପ୍ରା ମିଶ୍ର, ମମତା ଦାଶ,ଅର୍ଚ୍ଚନା ସାହୁ,ଅଭିଲିପ୍ସା ରାଉତରାୟ,ସିମେନ ପରିଡା, ଶୁଭସ୍ମିତା ବଳ,କ୍ରିଷ୍ଣା କାବେରୀ ମହାପାତ୍ର ପ୍ରମୁଖ ନୃତ୍ଯ ପରିବେଷଣରେ କରିଥିଲେ । ବାଦ୍ୟଯନ୍ତ୍ରରେ ଗୁରୁ ଜଗନ୍ନାଥ ମିଶ୍ର, ଶାରଦା ପ୍ରସନ୍ନ ମିଶ୍ର, ବଳରାମ ମହାପାତ୍ର, ଅର୍ଜୁନ ମହାରଣା ସହଯୋଗ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଭରତ ନାୟକ । ବହୁ ଶ୍ରଦ୍ଧାଳୁଙ୍କ ସମେତ ତୀର୍ଥଯାତ୍ରୀ ପର୍ଯ୍ୟଟକ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ ।