ମୋ ଦେଶ ଭାରତ

ମୋ ଦେଶ ଭାରତ
ଶସ୍ଯ ଶ୍ଯାମଳା ମୋ ଜନମ ଭୂମି
ସମସ୍ତ ଙ୍କ ର କର୍ମ ଭୂମି
ମୋର ପ୍ରିୟ ମାତୃଭୂମି
ଯାହାର ପାଣି ପବନ ମୋତେ
କରିଛି ଏତେବଡ
ସେହି ମୋ ପ୍ରିୟ ଦେବ ଭୂମି
ସେଠାରେ ନାହିଁ ଝଡ଼।।
ଜାତି ଭାବର ପ୍ରଭେଦ ନାହିଁ
ସାନ କି ବଡ ତୁଳନା ନାହିଁ
ସମସ୍ତେ ଭାରତୀୟ
ତ୍ରିରଙ୍ଗା ତଳେ ଠିଆ ହୋଇଣ
ଦେଶର କରୁ ଜୟ।।
ଜାତି ର ପିତା ମହାତ୍ମା ଗାନ୍ଧୀ
ଅହିଂସା ନିତି ଅଟଇ ସିଦ୍ଧି
ପିନ୍ଧିଣ ଆଦି ବସ୍ତ୍ର
ଜଣାଇଦେଲେ ଗୋରା ମାନଙ୍କୁ
ଆମର ନିତି ଶାସ୍ତ୍ର।।
ଓଡିଆ ପୁଅ ସୁବାସ ବୋଷ
ସଙ୍ଗେ ଉତ୍କଳ ମଣି
ପରାଧୀନ ର ବନ୍ଧନ କୁ
ଦେଲେ ସେ ଗାର ଟାଣି।।
ବାର ବରଷ ବାଜି ରାଉତ
ମନରେ ଦୃଢ ବଳ
ସ୍ବାଭିମାନ ର ଦ୍ୱାହି ନେଇ
ଦେଶ କୁ ଦେଲେ ବଳ।।
ପାରି ନକଲେ ଗୋରା ସିପାହୀ
ଧମକ ତାଙ୍କ ମାନିଲେ ନାହିଁ
ଦେଶ ପ୍ରେମର ବହ୍ନି
ରକ୍ତାତ ହେଲା ବ୍ରାହ୍ମଣୀ ଜଳ
ଜାତୀୟ ପ୍ରିତି ପୁଣି।।
ଶହୀଦ ହେଲେ ବାଜି ରାଉତ ମନରେ ଥିଲା ଜିଦି
କେବେ ସେ ପଛ ଚାହାନ୍ତି ନାହିଁ
ଏହାତ ଦେଶ ପ୍ରିତି।।
ଭାରତ ମାତା ସ୍ବାଧୀନ ହେଲେ
ବ୍ରିଟିଶ ମାନେ ବିଦାୟ ନେଲେ
ଦେଶ ପ୍ରେମର ବାଣୀ
ପାଳନ କରୁ ଆମ ଦେଶରେ
ଜାତୀୟ ପର୍ବ ପୁଣି।।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା