ନବ ବଧୁ କୁ ବିଷ ପିଆଇ ହତ୍ୟା

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ସାତମଣ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଥାଉ କି ସାତମଣ ଗ୍ରାମର ରତ୍ନାକର ବେହେରା ଙ୍କ ପୁଅ ଶକ୍ତିକାନ୍ତ ବେହେରା ୨୮ ମାର୍ଚ୍ଚ ୨୦୨୨ ମସିହା ରେ ଯାଜପୁର ରୋଡ ଥାନା ସ୍ଥିତ ଦାନଗଦି କୁସୁନପୁର ନିବାସୀ ଭାଗିରଥୀ ବେହେରା ଙ୍କ ଏକମାତ୍ର ଝିଅ ଇପ୍ସିତା ବେହେରା ଙ୍କ ସହିତ ପ୍ରଥମେ ପ୍ରେମ ସମ୍ପର୍କ ରଖିଥିଲେ ତା ପରେ ଦୁଇ ପରିବାର ଲୋକ ଙ୍କ ସହମତେ ବୈଦିକ ରୀତିରେ ମଧ୍ୟ ବିବାହ କରିଥଲେ, ବିବାହର କିଛି ଦିନ ପରେ ଶାଶୁ ଘର ଲୋକେ ଇପ୍ସିତା ଙ୍କୁ ଯୌତୁକ ଦାବି କରିଥଲେ କହିଥିଲେ ତୋ ବାପାଙ୍କୁ କହ ଏକ ଲକ୍ଷ ଟଙ୍କା ଆଉ ଗୋଟେ ମୋଟର ସାଇକେଲ ଦେବା ପାଇଁ। ଟଙ୍କା ନ ପାଇବାରୁ ସେଇଠୁ ଆରମ୍ଭ ହୋଇଥିଲା ଇପ୍ସିତା ଙ୍କ ଉପରେ ଅତ୍ୟାଚାର, ଉକ୍ତ ଖବର ପାଇବାପା ଭାଗିରଥି କିଛି ଟଙ୍କା ଯୋଗାଡ କରି ତା ପରେ ପହଞ୍ଚି ଥିଲେ ।

ହେଲେ ମନ ମାନିନଥିଲା ଅଳ୍ପ ଟଙ୍କା ରେ ଶାଶୂ ,ଶଶୁର ଆଉ ସ୍ବାମୀ ଙ୍କର ଶେଷକୁ ଇପ୍ସିତା ଙ୍କୁ ଗାଳି ଗୁଲଜ କରିବା ସହିତ ମାଡ ମାରି ମଝିରେ ମଝିରେ ବେହୋସ୍ କରି ଦିଅନ୍ତି କିଛି ଦିନ ହେବ ଇପ୍ସିତା ଶାଶୁ ଘରେ ନିର୍ଯାତନା ର ସ୍ବୀକାର ହେବା ସହିତ ଅସନ୍ତୋଷ ପ୍ରକାଶ କରୁଥିଲେ ଶେଷରେ ଗତ ୩୧ତାରିଖ ଦିନ ଇପ୍ସିତା ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଦ୍ଦେଶ୍ୟ ରେ ବାପ ଘରକୁ ବୁଲି ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଶାଶୁ ଶଶୁର ଏବଂ ସ୍ଵାମୀ ଚାହୁଁନଥିଲେ କାହିଁକି ନା ଘରେ ଚଲାଇଥିବା ବଧୂ ହତ୍ୟା ଚକ୍ରାନ୍ତ ର ପରଦା ଫାସ୍ ହେଇଯିବ ଭୟ ରେ ଶାଶୁ ଶଶୁର ଓ ସ୍ବାମୀ ମାଡିବସି ବିଷ ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି ଇପ୍ସିତା ଙ୍କ ବାପା ଭାଗିରଥି ବେହେରା।୧ତାରିଖ ଦିନ ଜୀବନ ସହ ସଂଘର୍ଷ କରି ମେଡ଼ିକାଲ ରେ ମୃତୁ ବରଣ କରିଥିଲେ ଇପ୍ସିତା , ପରେ ପରେ ମୃତ ଇପ୍ସିତା ଙ୍କ ବାପା ଜେନାପୁର ଥାନାରେ ଝିଅ କୁ ମାରିଦେଇଥିବା ଲିଖିତ ଅଭିଯୋଗ କରିବା ପରେ ଜେନାପୁର ଥାନା IPC ଧାର 498A, 304B,302,294,34, ଏବଂ Dowry prohibition Act 1964 ( 4 ) ରେ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଶକ୍ତିକାନ୍ତ ବେହେରା କୁ କୋର୍ଟ ଚାଲାଣ କରିଥିବା ବେଳେ ଆଉ ଦୁଇଜଣ ଅଭିଯୁକ୍ତ ଶାଶୁ ରଶ୍ମିତା ବେହେରା ଓ ଶଶୁର ରତ୍ନାକର ବେହେରା ଫେରାର ଥିବା ସୂଚନା ମିଳିଛି। ଏବେ ଦେଖିବାକୁ ବାକି ରହିଲା ଫେରାର୍ ଥିବା ଦୁଇ ଅଭିଯୁକ୍ତ ଙ୍କୁ କେବେ ଗିରଫ କରିବ ଜେନାପୁର ଥାନା ଅଧିକାରୀ ଆଉ ମୃତ ଇପ୍ସିତା ଙ୍କ ବାପା ଙ୍କୁ କେବେ ନ୍ୟାୟ ମିଳିବ ।

ଧର୍ମଶାଳା ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର News।

Leave a Reply

Your email address will not be published. Required fields are marked *