ଅଜଣା ଗାଡିଧକ୍କାରେ NAC ରାତ୍ରଜଗୁଆଳିଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାର NAC ର ରାତ୍ରଜଗୁଆଳିଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗ୍ରାମର ଶତ୍ରୁଘ୍ନ ନାଏକ। ଆଜି ସନ୍ଧ୍ୟା ସମୟରେ ସେ ସାଇକେଲ ଯୋଗେ ଘରୁ ବାହାରି NAC କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଆସୁଥିଲେ। ଆସିବା ବାଟରେ ୫୩ ନଂ ଜାତିୟରାଜପଥ ଜିରିଡାମାଳିର ବାଇପାସ ଛକନିକଟରେ ଅଜଣାଗାଡି ତାଙ୍କୁ ଧକାଦେଇ ଘଟଣାସ୍ଥଳରୁ ଗାଡିନେଇ ଫେରାର ହୋଇଯାଇଛି ଚାଳକ। ଏପଟେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ଶତ୍ରୁଘ୍ନ ପଡିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Prakash Kumar Patra reporter

Leave a Reply

Your email address will not be published. Required fields are marked *