ନନ୍ଦିନୀ ଶତପଥି ଥିଲେ ବହୁ ପ୍ରତିଭା ର ଅଧିକାରିଣୀ

: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଥିଲେ ବହୁ ପ୍ରତିକାର ଅଧିକାରିଣୀ l ତାଙ୍କର ଅସୀମ ସାହସ ଥିଲାl ସେ ମୁଖ୍ୟମନ୍ତ୍ରୀ ଥୁବା ସମୟରେ ମହିଳା ଓ ଗରିବଙ୍କ ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଥିଲେ ବୋଲି ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ 93ତମ ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମୁଖ୍ୟଅତିଥି ଭାବେ ତ୍ୟାଗଭୂମି ସଭାପତି ଅଜୟ ନାୟକ,ବିଶିଷ୍ଟ ଅତିଥି ଭାବେ ଇଂ ଅଭୟ ସୁତାର, ମୁଖ୍ୟବକ୍ତା ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ନେତ୍ରୀ କଳ୍ପନା ଜେନା, ଆଇନଜୀବୀ ଗଦାଧର ବଳ ଯୋଗଦେଇ ଥିବା ବେଳେ ଭାବେ ସଭାପତିତ୍ବ କରିଥିଲେ ଅଧ୍ୟାପକ ନିହାର ରଞ୍ଜନ କର ଏହି ଅବସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଯାଦବ, ସାମାଜିକ କର୍ମୀ ମମତା ବଳ,ଶିକ୍ଷୟତ୍ରୀ ଡ଼.ଜୟନ୍ତୀ କର ଶର୍ମା, ଲେଖିକା ମନୋରମା ରାୟ, କବୟିତ୍ରୀ ଦମୟନ୍ତୀ ରାଉତ, ସେବିକା ନିରୁପମା ଦାଶ, ସଂଗଠିକା ସଂଯୁକ୍ତା ବଳ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lଉତ୍ସବରରେ ଅତିଥି ପରିଚୟ ପ୍ରଦାନ କରିଥିଲେ କବୟିତ୍ରୀ ମନୋରମା ରାୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷୟତ୍ରୀ ରଶ୍ମିତା ଦାଶ l ନନ୍ଦିନୀ ଶତପଥି ଙ୍କ ଉପରେ କବିତା ପାଠ କରିଯାଇଥିଲା, ସଂଯୋଜନା କରିଥିଲେ କବି ବିଜୟ ବହଳି, ଗୀତାରାଣୀ ଆଇଚ, ରମେଶ ଚନ୍ଦ୍ର ସ୍ଵାଇଁ ଓ କବୟିତ୍ରୀ ଜାନକୀ ପାଢ଼ୀ ଓ ଅନ୍ୟମାନେ । କଵୀ ଅବନୀ ପ୍ରଧାନପ୍ରଧାନ ଶିକ୍ଷକ ଅରୁଣ ମଲ୍ଲିକ ଶଶିକାନ୍ତ ମଲ୍ଲିକ ଚୈତାଳି ଖିଲାର, ଗୌରାଙ୍ଗ ବାରିକ, ରମେଶ ଦାସ, ବିପ୍ଳବ ଜେନା, ଶ୍ରାବଣୀ କର, ପ୍ରଦୀପ ବଳ, ନିରନ ନାୟକ,କୃଷ୍ଣ ଚନ୍ଦ୍ର ବେହେରା,ସଂଜୀବ ନାୟକ,ରେଣୁବାଳା ଖିଲାର ଉପସ୍ଥିତ ହୋଇ କବିତା ପାଠ କରିଥିଲେ lସାମ୍ବାଦିକ ରବି ନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *