ନନ୍ଦପୁର “ବିବେକାନନ୍ଦ ଶିକ୍ଷାକେନ୍ଦ୍ର”ରେ ଗାନ୍ଧୀଜୟନ୍ତୀ ପାଳିତ

ଆମ ଦେଶର ଦୁଇ ବୀରପୁତ୍ର ମହାତ୍ମାଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଦିବସଟିକୁ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ନନ୍ଦପୁରରେ ପାଳିତ ହୋଇଯାଇଅଛି, ଆଜି ସକାଳ ୮ ଘଟିକା ସମୟରେ ଦୁଇ ମହାପୁରୁଷଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମହାପୁରୁଷଙ୍କ ଜୀବନକାହାଣୀ ବିଷୟରେ ବହୁ ମୂଲ୍ୟବାନ ବ୍ୟକ୍ତବ୍ୟ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଖାଯାଇଥିଲା, ଆଜିର ବିଦ୍ୟାଳୟର ଏହି ପବିତ୍ର ଦିବସଟିକୁ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଜୟଚନ୍ଦ୍ର ପତି ଏବଂ ସସ୍ମିତା ପତିଙ୍କ ପୌରାହିତର ଶିକ୍ଷାକେନ୍ଦ୍ରର ଗୁରୁଜୀ ରଞ୍ଜନ ଶୁକ୍ଳ, ଗୁରୁମା ସରସ୍ବତୀ ବାରିକ, ସୁମିତ୍ରା ଚାନ୍ଦ ଓ ପିଅନ ତାପସ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରି ସମାପନ କରିଥିଲେ..
Punil Kumar Samanta reporter