ନାରାୟଣୀ ପୀଠରେ ୩୦ତମ ଅଷ୍ଟମ ପ୍ରହାର ନାମ ସଂକୀର୍ତ୍ତନ
ରଘୁନାଥପୁର ୪/୧(ପିପିଏସ) ଦୀର୍ଘ ୩୦ ବର୍ଷର ହରିନାମ ସଂକୀର୍ତ୍ତନ ଭାଇଚାରାକୁ ସୁଦୃଢ କରି ରଖିଥିବା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋଠଣା ଗ୍ରାମର ଆରାଧ୍ୟ ଦେବୀ ମା ନାରାୟଣୀ ପ୍ରାଙ୍ଗଣରେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମାଘ ସପ୍ତମୀ ମଙ୍ଗଳବାର ପ୍ରଭାତରୁ ଅଷ୍ଟମ ପ୍ରହର ନାମ ସଂକୀର୍ତ୍ତନ ପାଇଁ ନାରାୟଣୀ ପୁସ୍କରଣୀରୁ କଳସ ଉଠାଇବା ପାଇଁ ପୂଜକ ମନ୍ତ୍ର ପାଠକରି ସାରିଲା ପରେ କର୍ତା ନିର୍ମଳ କୁମାର ମହାପାତ୍ର କର୍ତ୍ତି ଲକୀ ମହାପାତ୍ର ପୁର୍ଣ କୁମ୍ଭ ଆଣି ଅଷ୍ଟମ ପ୍ରହାର କୁଞ୍ଜ ନିକଟରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଅଖଣ୍ଡ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟାରୁ ଦୂର ଦୁରାନ୍ତରୁ ୧୦ଟି କୀର୍ତ୍ତନ ଦଳ ଆସି ନାମ ସଂକୀର୍ତ୍ତନ କରିଥିଲେ । ମନ୍ଦିର ପ୍ରାଙ୍ଗଣ ଓ ଗ୍ରାମରେ ହରିନାମ ଦିନରାତି ଶୁଣିବାକୁ ମିଳିଥିଲା । ରାତ୍ରିରେ ଆବାଳ ବୃଦ୍ଧ ବନିତା ଏହି ପୀଠରେ ପହଞ୍ଚି ହରିନାମରେ ନିଜକୁ ହାଯାଇ ଦେଇଥିଲେ । ପରେ ପୀଠରେ ଗ୍ରାମର ଓ ଆଖପାଖ ଗ୍ରାମର ଲୋକେ ହରି ହାତରେ ପ୍ରସାଦ ସେବନ କରିଥିଲେ । ବିଶେଷ କରି ସଂଗଠିତ ହୋଇ ଅନୁଷ୍ଠାନକୁ ଗ୍ରାମର ଯୁବକ ଓ ବୟସ୍କା ସରସ ସୁନ୍ଦର କରି ଜାହିରୀ ରଖିଥିବାରୁ ଅଞ୍ଚଳ ସାଧୁବାଦ ମିଳିଛି । ବୁଧବାର ସକାଳୁ ନଗର କୀର୍ତ୍ତନ ଓ ଦଧି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ରହିଛି ।