ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

ମହାମହିମ ରାଜ୍ୟପାଳ ଙ୍କ ସହିତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସୌଜନ୍ୟମୂଳକ ସାକ୍ଷାତକାର ଓ ସମସ୍ୟା ସମାଧାନ ପାଇଁ ପତ୍ର ପ୍ରଦାନଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତରଫରୁ ଓଡ଼ିଶା ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ନାୟକ , ରାଜ୍ୟ ପ୍ରବକ୍ତା ମୁରଲୀଧର ପରିଡ଼ା , କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀଦେବୀ କେନ୍ଦ୍ରୀୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଭାରତର ଉପସଭାପତି ମନୋଜ କୁମାର ସିଂହ ଙ୍କ ନେତୃତ୍ବ ରେ ଡିସେମ୍ବର ମାସ ସାତ ତାରିଖ ରାତ୍ରିରେ ଓଡ଼ିଶା ର ଭୁବନେଶ୍ବର ସ୍ଥିତ ରାଜଭବନ କୁ ଯାଇ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କୁ ପୁଷ୍ପଗୁଛ ଉତ୍ତରୀୟ ପ୍ରଦାନ କରି ଓଡ଼ିଶାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମସ୍ୟା କୁ ଅବଗତ କରିଥିଲେ। ମହାମହିମ ରାଜ୍ୟପାଳ ଏହାକୁ ସହୃଦୟତାର ସହିତ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିବାକୁ ମତ ରଖିଥିଲେ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଜଣାଇଛନ୍ତି।