ଜାତୀୟ ଉପଭୋକ୍ତା ଦିବସ

ଜାତୀୟ ଉପଭୋକ୍ତା ଦିବସ ଉପଲକ୍ଷେ ପାରାଦୀପରେ ସଚେତନତା କାର୍ଯ୍ୟକ୍ରମଆଂକର – ଜଗତସିଂହପୁର ଜିଲ୍ଲା ପାରାଦୀପ – ଜାତୀୟ ଉପଭୋକ୍ତା ଦିବସ ଉପଲକ୍ଷେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ, ଜଗତସିଂହପୁର ଜିଲ୍ଲା ମହିଳା ଶାଖା ପକ୍ଷରୁ ପାରାଦୀପ ମଧୁବନ ସ୍ଥିତ ଶ୍ରମିକ ଭବନ ଠାରେ ଏକ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗ୍ରାହକ କଲ୍ୟାଣ ଜଗତସିଂହପୁର ଜିଲ୍ଲା ମହିଳା ଶାଖାର ସଭାନେତ୍ରୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଂଜୁମର ଫୋରମ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପ୍ରଭାତ କୁମାର ପାଢ଼ୀ,ଜିଲ୍ଲା ମାପ, ବୈଧ, ଓଜନ ଅଧିକାରୀ ରଞ୍ଜନ କୁମାର ଜେନା, ସତ୍ୟ ସାଇ ସେବା ସଂଗଠନର ରାଜ୍ୟ ଆବାହକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଅଖିଳ ଭାରତୀୟ ଗ୍ରାହକ ପରିଷଦର ରାଜ୍ୟ ସମ୍ପାଦକ ଡ଼ଃ. ସୁନାକାର ବେହେରା, ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ସଭ୍ୟ ଦେବେନ୍ଦ୍ର କୁମାର ମଲ୍ଲିକ,ନିଶାମୁକ୍ତି ଅଭିଯାନର ପୁରୋଧା ଗତିକୃଷ୍ଣ ଶତପଥୀ, ସମାଜସେବୀ ଇଂ. ଗଗନ ବିହାରୀ ପୃଷ୍ଟି, ଅଖିଳ ଭାରତୀୟ ଗ୍ରାହକ ପରିଷଦ ମହିଳା ଶାଖାର ରାଜ୍ୟ ସମ୍ପାଦିକା ରଶ୍ମିତା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପ୍ରତି ଖାଦ୍ୟ ଅପମିଶ୍ରଣ, ଲାଭଖୋର ବ୍ୟବସାୟୀ ମାନଙ୍କ ଦ୍ୱାରା ଖାଉଟି ମାନଙ୍କୁ ଠକାମୀ ଇତ୍ୟାଦି ଉପରେ ସମବେତ ଶ୍ରୋତା ଙ୍କୁ ସଚେତନ କରିଥିଲେ l ଆଗାମୀ ଦିନରେ ପାରାଦୀପରେ ଏଭଳି ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନ ସହଯୋଗରେ ଗ୍ରାହକ କଲ୍ୟାଣ ପରିଷଦ ଦ୍ୱାରା ଚଢ଼ାଉ ଅଭିଯାନ ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି l ଏହି କାର୍ଯ୍ୟକ୍ରମ କୁ ବ୍ୟାସ ଫାଉଣ୍ଡେସନ ର ସଭାପତି ଡ଼ଃ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଯଶୋବନ୍ତ ରାଉତ ଓ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ସଭ୍ୟ ଶୁଭଙ୍କର ଜେନା ପ୍ରମୁଖ ଏଥିରେ ସହଯୋଗ କରିଥିଲେ l ପରିଶେଷରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ସଭ୍ୟ ସରୋଜକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ପାରାଦ୍ୱୀପ ରୁ Rita ସାହୁ reporter