ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ”

ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ”ର ତୃତୀୟ ସନ୍ଧ୍ୟା— ନାଟକ”ସାଉଁଟା କହିଲା କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷା କଥା । ବିଧାତାଙ୍କ ସୃଷ୍ଟିରେ ନାରୀ ଏକ ଅନନ୍ୟ ଓ ଅନୁପମ ସୃଷ୍ଟି । କଇଁ ଫୁଲଟିଏ ପରି ସେ ସୁନ୍ଦର ଯେମିତି ଆକର୍ଷଣୀୟ ବି ସେମିତି । ନାରୀ ଟିଏ ଆଜିର ଦୁନିଆରେ ନିଜକୁ ଅସୁରକ୍ଷିତ ମଣୁଛି ।ତାର ସୁରକ୍ଷା ଓ ଯତ୍ନ ଏକ ବିରାଟ ପ୍ରଶ୍ନବାଚୀ ।ଏଭଳି ରୁଗ୍ଣ ମାନସିକତା ପାଇଁ ଦାୟୀ ଆମ ପୁରୁଷ ପ୍ରଧାନ ସମାଜ । ସତରେ କଣ ଆମେ ସୃଷ୍ଟି ହେବା ଆଗରୁ ମଉଳି ପଡ଼ୁଥିବା କଇଁ ମାନଙ୍କୁ ସାଉଁଟି ତାର ଆଦର କରପାରିବା ନାହିଁ ?ଆଜିର ସମାଜରେ ଏମିତି ଅନେକ କଇଁ ଦଳ ପଙ୍କ ଭିତରେ ଛଟପଟ ହେଉଛନ୍ତି ,ସତରେ ତାକୁ କଣ କିଏ ସାଉଁଟି ନେବ ନା ସେ କଇଁ ମଉଳିଯିବ ଏଭଳି କିଛି ଉଦ୍ବେଗଜନକ କଥାବସ୍ତୁକୁ ନେଇ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ,ପୂର୍ବାଂଚଳ ସାଂସ୍କୃତିକ ପରିଷଦ ,ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆନୁକୂଲ୍ୟରେ ବ୍ରହ୍ମପୁର ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ପରିଷଦର ସହଯୋଗରେ ମଂଚସ୍ଥ ହୋଇଛି ନାଟକ”ସାଉଁଟା କଇଁ” । ପଞ୍ଚାନନ ଦାସଙ୍କ ରଚିତ ଏବଂ ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ ଓଡିଶା ନାଟକ ସମାରୋହ ସମିତି ପ୍ରଯୋଜିତ ଏହି ନାଟକ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରି “କନ୍ୟା ଅଟଇ ରତ୍ନ ,ତାକୁ କର ଯତ୍ନ “ର ବାର୍ତ୍ତା ଦେଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ଜମ୍ମୁ କାଶ୍ମୀରରେ ଅନୁଷ୍ଠିତ ନାରକୀୟ କାଣ୍ଡ ନେଇ ମୃତକଙ୍କ ଉର୍ଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସନ୍ଧ୍ୟାର ସଭାକର୍ଯ୍ୟ ଆରମ୍ଭ ହୋଇଥିଲା । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଆଶୀର୍ବାଦ ପରିଡା,ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା,ସଙ୍ଗୀତ ନାଟକ ଏକାଡେମୀ ଗବେଷକ ଭାବଗ୍ରାହୀ ସାହୁ,ସାହିତ୍ୟିକ ଇଂ.ଯାମିନି କାନ୍ତ ଦାସ,ଓଡିଶା ନାଟକ ସମାରୋହ ସମିତିର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ ସହ ଅତିଥିଙ୍କୁ ମଞ୍ଚକୁ ଆବାହନ କରିଥିଲେ । ଡା.ମିହୀର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ନାଟକ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ଓଡିଶା ନାଟକ ସମାରୋହ ସମିତିର ଶଙ୍କର୍ଷଣ ସାବତ,କୈଳାସ ପାଣିଗ୍ରାହୀ, ଡ଼.ସନ୍ୟାସୀ ମହାରଣା,ରାମଚନ୍ଦ୍ର ସାସମଲ,ସୁନିଲ ସ୍ୱାଇଁ,ସରୋଜ ପଣ୍ଡା,କୃଷ୍ଣଚନ୍ଦ୍ର ପଣ୍ଡା,ମିହୀର ପାଣିଗ୍ରାହୀ,ବିନାୟକ ହୋତା,ଆରତୀ ପାତ, ସହିତ ଜିଲ୍ଲା ସାଂସ୍କୃତିକ ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ । ନାଟକ ଆରମ୍ଭ ପୂର୍ବରୁ ନାଟକର ନାଟ୍ୟକାର ଓ ନିର୍ଦ୍ଦେଶକଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।