ଡିସେମ୍ବର ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜାତୀୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଡିସେମ୍ବର ୯ ତାରିଖରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ । ଏ ସଂପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୌଦାମିନୀ ସିଂ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ମାମଲା ଯଥା-ସାଲିସ୍ଯୋଗ୍ୟ ଫୌଜଦାରୀ ଓ ଦେୱାନି ମାମଲା, ଗାଡ଼ିମୋଟର ଦୁର୍ଘଟଣାଜନିତ ମାମଲା, ବ୍ୟାଙ୍କ ଋଣ, ବିଦୁ୍ୟତ ଓ ଜଳଯୋଗାଣ, ପାରିବାରିକ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ଓ ନିଯୁକ୍ତି ମାମଲା, ଚେକ୍ ବାଉନ୍ସ ମାମଲାମାନଙ୍କରେ ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯିବ । ସେହିପରି କୋର୍ଟକଚେରିରେ ବିଚାରାଧିନ ଥିବା ଉକ୍ତ ମାମଲା କିମ୍ବା ମାମଲା ନଥାଇ ନିଜ ନିଜ ମଧ୍ୟରେ ଥିବା କୌଣସି ମିଳାମିଶାଯୋଗ୍ୟ ବିବାଦର ସହଜ ଏବଂ ସରଳ ସମାଧାନ ପାଇଁ ଜନସାଧାରଣ ଲୋକଅଦାଲତ ଅନୁଷ୍ଠିତ ହେବାର ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ଅଦାଲତ କିମ୍ବା ଆଇନସେବା ବିଭାଗ/କମିଟିଙ୍କ କାର୍ଯ୍ୟାଳୟକୁ ଯାଇପାରିବେ ଏବଂ ଦରଖାସ୍ତ ଦେଇ ନିଜ ନିଜର ମାମଲାର ସମାଧାନ କରିବାହେବେ । ସବିଶେଷ ବିବରଣୀ ପାଇଁ ପ୍ରତ୍ୟେକ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ଆଇନ ସେବା ବିଭାଗ କିମ୍ବା କମିଟିଙ୍କ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି ।