ଜାତୀୟ ପ୍ରେସ ଦିବସ ନିମନ୍ତେ ଟିଡବ୍ଲଜେଏ ପକ୍ଷରୁ ପ୍ରସ୍ତୁତି ବୈଠକ

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଆଗାମୀ ଜାତୀୟ ପ୍ରେସ ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମଲ ଜଳ ସେଚନ ବିଭାଗ ଅତିଥି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ହେବାକୁ ଥିବା ଜାତୀୟ ପ୍ରେସ ଦିବସ କିପରି ମହାଆଡ଼ମ୍ବରରେ ପାଳିତ ହେବ ସେ ନେଇ ଆଲୋଚନା ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାତୀୟ ପ୍ରେସ ଦିବସ ପୂର୍ବରୁ ଏକ ବିଶାଳ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ , ଅଞ୍ଚଳରେ ତଥା ଅଞ୍ଚଳ ଆଖପାଖରେ ଥିବା ପ୍ରତିଭା ମାନଙ୍କୁ ଜାତୀୟ ପ୍ରେସ ଦିବସ ଦିନ ସମ୍ମାନିତ କରିବା ଇତ୍ୟାଦି ଭଳି ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶୟଦ ଜୁଲଫିକର ହୁସେନ , ସଂଘର ଉପସଭାପତି ମଦନ ମୋହନ ସାହୁ , ସଂଘର ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ , କୋଷାଧ୍ୟକ୍ଷ ବାପୁଜୀ ସାମଲ , ସଂଘର ସଦସ୍ୟ ଦୁର୍ଗା ପ୍ରସାଦ ସ୍ୱାଇଁ , ସୌମିତ୍ର ସେନାପତି , ରାଉତରାୟ ନାଏକ , ମଣ୍ଟୁ ମହାନ୍ତି , ଶିଶିର ସାମଲ , ଅରୁଣ ପ୍ରଧାନ , ବାସୁଦେବ ସାହୁ , ନିରଞ୍ଜନ ସାମଲ , ନରୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *