ଜଟଣୀ ପ୍ରେସକ୍ଲବରେ ଜାତୀୟ ପ୍ରେସ ଦିବସ

ଜଟଣୀ ପ୍ରେସକ୍ଲବରେ ଜାତୀୟ ପ୍ରେସ ଦିବସ, ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା। ଜଟଣୀ:ଜଟଣୀ ପ୍ରେସକ୍ଲବ ଆନୁକୁଲ୍ଯରେ ଜାତିୟ ପ୍ରେସ ଦିବସ ନଭେମ୍ବର ୧୬ ତାରିଖରେ ଖୁବ୍ ଧୁମ ଧାମ ସହିତ ପାଳନ କରାଯାଇଥିଲା। ଏହି ନଭେମ୍ବର ୧୬ ତାରିଖକୁ ଗଣମାଧ୍ୟମର ଚତୁର୍ଥ ସ୍ଥମ୍ଭର ମାନ୍ୟତା ଭାରତ ସରକାର ପ୍ରଦାନ କରିଛନ୍ତି। ଭାରତ ସରକାର ସମାଜର ମଙ୍ଗଳ ନିମନ୍ତେ ୪ ଟି ସ୍ଥମ୍ଭ ଜନସାଧାରଣଙ୍କୁ ରକ୍ଷାର କବଚ ଭାବେ ପ୍ରଦାନ କରିଛନ୍ତି। ଏହି ସ୍ଥମ୍ଭ ଗୁଡିକ ହେଉଛି ସଂସଦ, କାର୍ଯ୍ୟପାଳିକା, ନ୍ୟାୟପାଳକ ଏବଂ ଗଣମାଧ୍ୟମ ଏହିଭଳି ବିଭକ୍ତ କରିଛନ୍ତି। ଏହି ଗୁଡିକ ସର୍ବ ପ୍ରଥମେ ୧୯୫୬ ମସିହାରେ ଭାରତ ସରକାରଙ୍କ ଦ୍ଵାରା ପ୍ରଥମ ଥର ପ୍ରେସ କମିଶନ ମାଧ୍ୟମରେ ଏକ କମିଟି ଘଠନ କରାଯାଇଥିଲା। ଏଥିରେ ପ୍ରସ୍ତାବ ରଖାଯାଇଥିଲା, ସମ୍ବାଦିକ ମାନେ ଯେପରି ନିଜର ନୈତିକତା, ସ୍ଵାଧୀନତା, ବିଶ୍ବସନୀୟତା ବଜାୟ ରିଖିବେ। ୧୯୬୬ ମସିହା ୧୬ ନଭେମ୍ବରରେ ଏକ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଗଠନ କରାଯାଇଥିଲା। ଏଥିରେ ପ୍ରସ୍ତାବ ରଖାଯାଇଥିଲା ସାମ୍ବାଦିକ ମନେ ଯେପରି କାହାରା ପ୍ରଭାବରେ, କାହାର ଧମକରେ ପ୍ରଭାବିତ ହେବେନାହିଁ କିମ୍ବା କହାର କଥାକୁ ସୁଣି ଖବର ପ୍ରସାରଣ କରିବେନାହିଁ। ଏହା ଥିଲା ପ୍ରେସ କାଉନସିଲ ଅଫ ଇଣ୍ଡିଆର ସାମ୍ବାଦିକ ମାନଙ୍କ ଉପରେ ଗୁରୁ ଦାୟିତ୍ବ। ସେଥିପାଇଁ ନଭେମ୍ବର ୧୬ ତାରିଖ ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି। ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ। ଭାରତର ସମ୍ବିଧାନରେ ଚତୁର୍ଥସ୍ତମ୍ଭ ଗଣମାଧ୍ୟମର ସ୍ୱତନ୍ତ୍ର ପରିଚୟ ରହିଛି । ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୁର୍ଣ୍ଣ ଅଟେ । ଦେଶ ସ୍ୱାଧୀନତା ପାଇବା ହେଉ କିମ୍ବା ବିଭାଜନ ଭଳି ବିରଳ ଘଟଣା ସହିତ ମହାମାରୀରି ଭଳି କରାଳ ଅନ୍ଧକାର ର ସମସ୍ତ ବିବରଣୀ, ଗଣମାଧ୍ୟମ ସରକାରଙ୍କ ନିକଟରେ ପହଁଚାଇ ଏହାର ସମାଧାନର ସୁତ୍ର ଖୋଜି ବାହାର କରିବାଭଳି ପ୍ରୟାସ ଅତିତରେ ବହୁ ଦୃଷ୍ଟାନ୍ତ ରହିଛି । ସେହି ପରିପ୍ରେକ୍ଷୀରେ ଜଟଣୀର ଗଣମାଧ୍ୟମ ପ୍ରତିନିଧୀମାନେ ଏକଯୁଟ ହୋଇ ଜଟଣୀ ପ୍ରସାଶନିକ ଅଧିକାରୀ ମାନଙ୍କ ଦ୍ଵାରା ସାଧାରଣ ଜନତା ଅବହେଳିତ, ଲାଞ୍ଛିତ୍ତ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଅବହେଳାକୁ ସରକାରଙ୍କ ନିକଟରେ ପହଁଚାଇ ଅବହେଳିତ ଓ ନିଷ୍ପେସିତ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଆହୁରି ଜାଗ୍ରତ ଏବଂ ସଶକ୍ତ ହେବା ପାଇଁ ପ୍ରତିଜ୍ଞାବଦ୍ଧ। ତେବେ ଯାଇ ସାଧାରଣ ଜନତାଙ୍କ ମାନସିକ ଭାରସାମ୍ଯ ପରିବର୍ତ୍ତନ ହୋଇପାରିବ। ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ଜଟଣୀ ପ୍ରେସକ୍ଲବ କାର୍ଯ୍ୟାଳୟରେ ଆୟୋଜିତ ଜାତୀୟ ପ୍ରେସଦିବସ ଅବସରରେ ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ମତ ପୋଷଣ କରିଛନ୍ତି । ଆଜିର ଏହି ଜାତୀୟ ପ୍ରେସ ଦିବସରେ ପ୍ରେସକ୍ଲବର ସଭାପତି ସାମ୍ବାଦିକ ମହମ୍ମଦ ଇସମାଇଲ ଅଲୀ, ସମ୍ପାଦକ ହୃଦାନନ୍ଦ କୋଦମାସିଂହ, ରଙ୍ଗନାଥ ବେହେରା, ସୁରେଶ ମହାରଣା, ଅମରେଶ ରାଉତରାୟ, ରବିନ୍ଦ୍ରନାଥ ମହାକୁଡ, ସଂଜିବ କୁମାର, ଧୀରେନ ପ୍ରତିହାରୀ, ସୁଭେନ୍ଦ୍ର ଶତପଥୀ, ଯଯାତୀ କେଶରୀ ପ୍ରଧାନ, ସୁବ୍ରତ ନାୟକ, ହରିହର ସ୍ୱାଇଁ, କେ ନାଗେଶ୍ୱର ରାଓଙ୍କ ସହ ପ୍ରେସକ୍ଲବର ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ। ସର୍ବ ଶେଷରେ ସଭାର କାର୍ଯ୍ଯକାରିଣୀ ସଭାପତି ଶୁଭେନ୍ଦୁ ଶତପଥୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।