ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା।ଜାନୁଆରୀ୧ରୁ ୭ ତାରିଖ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା ନେଇ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଏହି ସପ୍ତାହ ରେ ହେଲମେଟ୍ ନପିନ୍ଧିଲେ ସରକାରୀ ଅଧିକାରୀ ଅଫିସ ଆସିବେ ନାହିଁ ବୋଲି ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ରେ ନିଷ୍ପତି ହୋଇଥିବା ଆର ଟି ଓ ରବିନ୍ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଭିନ୍ନ ବସ୍,ଅଟୋ,ଓ କର୍ମଚାରୀ ସଂଘ ସହୀତ ବୈଠକ ପରେ ଏହି ସୂଚନା ଦିଆଯାଇଛି।

ସପ୍ତାହ ପାଳନ ଅବସରରେ ମଦ ପିଇ ଦ୍ରାଇଭିଂ,ମୋବାଇଲ ରେ କଥାହେବା, ଦୃତ ଗତି,ମଲ୍ ବାହି ଗାଡ଼ିରେ ଯାତ୍ରୀ ପରିବହନ ଏବଂ ହେଲମେଟ ଚେକିଙ୍ଗ କୁ କଡାକଡି କରାଯିବ।ଏଥିସହ ଡ୍ରାଇଭର ମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ,ବିଭିନ୍ନ ଥାନା ଅଞ୍ଚଳ ରେ ମିଳିତ ଯାଞ୍ଚ,ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ସହ ଲୋକମାନଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କରାଯିବ।ବୈଠକ ରେ ମୋଟର ଯାନ ନିରୀକ୍ଷକ ରାଜେଶ୍ ମହାପାତ୍ର,ଟ୍ରାଫିକ ନିରୀକ୍ଷକ ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।