ଜାତୀୟ ବିଜ୍ଞାନ ଦିବସ ପାଳିତ

ରାୟଗଡ଼ା, ୨୮/୦୨- ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବିଜ୍ଞାନ ସମ୍ପର୍କୀୟ ପ୍ରଶ୍ନ ମଞ୍ଚ , ବୈଜ୍ଞାନିକଙ୍କ ଜୀବନୀ କଥନ, ବିଜ୍ଞାନ ଉପକରଣର ପ୍ରସ୍ତୁତି ଓ ପ୍ରଦର୍ଶନ ଆଦି ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇମ୍ଫା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଶ୍ରୀ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପିଣ୍ଡା ପଦର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରଭାକର ମିଶ୍ର ଯୋଗ ଦେଇଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ଚାରୁଲତା ବେହେରା ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସତ୍ୟ ନାରାୟଣ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଅଜିର ଦିବସର ମହତ୍ତ୍ଵ ସମ୍ପର୍କରେ ଅବଗତ କରାଇଥିଲେ । ଅତିଥିମାନେ ଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିବା ସହ ବିଜ୍ଞାନର ଉନ୍ନତି, ପ୍ରଚାର ଓ ପ୍ରସାର ନିମନ୍ତେ ଆମ ବୈଜ୍ଞାନିକମାନେ ସାରା ବିଶ୍ୱକୁ ଯେଉଁ ନୂତନ ଆଲୋକ ପ୍ରଦାନ କରିଛନ୍ତି ସେ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ଅର୍ଜନ କରିଥିବା କୃତି ଶିଶୁ ଭାଇ ଭଉଣୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ ।ବିଦ୍ୟାଳୟର ଦୀପ୍ତି ଗୁରୁମା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରଶ୍ମୀ ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇ ପାରିଥିଲା ।