ଜାତୀୟସେବା ଯୋଜନା ରଥଯାତ୍ରା ସେବା ଶିବିର ଉଦଯାପିତ

ପୁରୀ,୨୬/୦୬/୨୩- ରଥଯାତ୍ରା ଉପଲକ୍ଷେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଲୟର ଏନ ଏସ ଏସ (NSS)ୟୁନିଟ ତରଫରୁ ଆୟୋଜିତ ୭ଦିନିଆ ସେବା ଶିବିର ଉଦଯାପିତ ହୋଇଛି।ସାମନ୍ତ ଚନ୍ଦ୍ର ଶେଖର ଅଡିଟୋରିୟମ ଠାରେ ଆୟୋଜିତ ଶିବିରର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜ କର୍ମୀ ସିଦ୍ଧାର୍ଥ ରାୟ ଜାତୀୟ ସେବା ଯୋଜନାର ଏନ୍ତୁଡ଼ି ଶାଳ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ବୋଲି ସୂଚନା ଦେଇଥିଲେ।ଏଥି ସହିତ ଏନ୍ ଏସ ଏସ ଛାତ୍ର ଛାତ୍ର ଛାତ୍ରୀଙ୍କ ଜୀବନ ଗଠନ ଚରିତ୍ର ଗଠନ ସହିତ ସାମାଜିକ ମୂଲ୍ୟ ବୋଧ କୁ ବଢାଇ ବାରେ ସାହାଯ୍ୟ କରିଥାଏ ବୋଲି କହିଥିଲେ।ଅନ୍ୟ ତମ ଅତିଥି ଭାବେ ପୂର୍ବତନ ପ୍ରୋଗ୍ରାମ ଅଫିସର ଗୌତମ ସେଠି, ଅଧ୍ୟାପିକା ନମିତା ମହାନ୍ତି, ଅଧ୍ୟାପିକ ଗୁରୁ ଚରଣ ନାୟକ, ମହେନ୍ଦ୍ର କୁମାର ମିଶ୍ର, ମଞ୍ଚାସିନ ଥିଲେ।କାର୍ଯ୍ୟ କ୍ରମ ପ୍ରାରମ୍ଭରେ ଓମ ପ୍ରସାଦ ମହାନ୍ତି ଏହି ଶିବିର ରେ ରଥ ଯାତ୍ରାରେ ଏନ୍ ଏସ ଏସ ତରଫରୁ ଯୋଗାଇ ଦିଆ ଯାଇଥିବା ସେବା ସଂପର୍କ ସୂଚନା ଦେଇଥିଲେ।ଏହି ଅବସରରେ ଶିବିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଭି ଶାରଦା ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ସୌମ୍ୟରଞ୍ଜନ ବାରିକ,ଅଭିଳାଷ ମିଶ୍ର, ଅସିତ କୁମାର ମହାପାତ୍ର,ବିଜୟଲକ୍ଷ୍ମୀ ବରାଳ, କଲ୍ୟାଣୀ ସେଠୀ,ଶୁଭଶ୍ରୀ ପ୍ରଭୃତି ପରିଚାଳନା କରି ଥିଲେ।

Leave a Reply

Your email address will not be published. Required fields are marked *