ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ଉଦଳା ୨୪/୦୧- ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମେଣ୍ଢାଖାଇ ଠାରେ ଉଦଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଉଦଳା ବ୍ଲକର ସମସ୍ତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟମାନଙ୍କରୁ କୃତୀ କନ୍ୟା ସନ୍ତାନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ଏହି ଅବସରରେ ସିନିଅର ଏବଂ ଜୁନିୟରର କୁଇଜ୍, ଡିବେଟ୍, ରଚନା ଲିଖନ ଓ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ମୁଖ୍ୟ ଅତିଥି ଭାବେ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମେଣ୍ଢାଖାଇର ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ଜେନା, ସଭାପତି, ଉଦଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଏବିଇଓ ମିନତୀ ମଞ୍ଜରୀ ପଣ୍ଡା ସଂଯୋଜକ ଭାବରେ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀଙ୍କୁ କୃତି ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ସିନିଅର ବିଭାଗ ଡିବେଟ ପ୍ରତିଯୋଗିତାରେ ଦେବୀ ଅର୍ଚ୍ଚନା ସାହୁ ପ୍ରଥମ, ଚିତ୍ରାଙ୍କନରେ ଝରଣା ଦେହୁରୀ ପ୍ରଥମ, ବୈଷ୍ଣବୀ ଜେନା ଦ୍ୱିତୀୟ, ଇପସିତା ଜେନା ତୃତୀୟ, ରଚନା ଲେଖାରେ ରାଜଲକ୍ଷ୍ମୀ ମହାନ୍ତ ପ୍ରଥମ, ବିନି ସିଂ ଦ୍ୱିତୀୟ, ଲକ୍ଷ୍ମୀ ମୁର୍ମୁ ତୃତୀୟ, କୁଇଜରେ ରଶ୍ମିତା ହେମ୍ବ୍ରମ୍ ପ୍ରଥମ, ଦୀପା ସିଂ ଦ୍ୱିତୀୟ, ଅର୍ଚ୍ଚନା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିଅର ବିଭାଗରେ ଡିବେଟ୍ ପ୍ରତିଯୋଗିତାରେ ନୀରାଳି ପ୍ରଧାନ ପ୍ରଥମ, ଅମ୍ରିତା ପ୍ରଧାନ ଦ୍ୱିତୀୟ, କାବଲ ସିଂ ତୃତୀୟ, ଚିତ୍ରାଙ୍କନରେ ଦୀପାଞ୍ଜଳୀ ମୁଖୀ ପ୍ରଥମ, ସ୍ୱର୍ଣ୍ଣପ୍ରଭା ସିଂ ଦ୍ୱିତୀୟ, ମିନା କୋଲ ଲୋହାର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜୁନିଅର ରଚନା ଲେଖାରେ ଗାୟତ୍ରୀ ବେହେରା ପ୍ରଥମ, ପ୍ରଜ୍ଞାସା ଦାସ ଦ୍ୱିତୀୟ, ମନିକା ବେହେରା ୩ୟ ସ୍ଥାନ ପାଇଥିଲେ । କୁଇଜ୍ ପ୍ରତିଯୋଗିତାରେ ଶୁଭଶ୍ରୀ ଶୁଭସ୍ମିତା ଦାଶ ପ୍ରଥମ, ଶୁଭସ୍ମିତା ବେହେରା ଦ୍ୱିତୀୟ ଓ ଭୂମିକା ନାଏକ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ କୃତୀ ପ୍ରମାଣ ପତ୍ର ସହିତ ପୁରସ୍କାର ଗ୍ରହଣ କରିଥିଲେ । ଉକ୍ତ ଉଦଯାପନୀ ବୈଠକରେ ସମସ୍ତ ଗାଇଡ୍ ଶିକ୍ଷକ ଏବଂ ସମସ୍ତ ସିଆରସିସି ଯୋଗ ଦେଇଥିଲେ । ଉଦଳାର ବିଭିନ୍ନ ଅନୁଷ୍ଠାନରୁ ୧୫୦ ରୁ ଅଧିକ କନ୍ୟା ସନ୍ତାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।