ବୃଦ୍ଧି ପାଉଛି କରୋନା ସଂକ୍ରମଣ, କୋଭିଡ୍ ପରିଚାଳନା ପ୍ରସ୍ତୁତିର ଆକଳନ ପାଇଁ ଆଜି ଦେଶବ୍ୟାପୀ ମକ୍ ଡ୍ରିଲ୍

ନୂଆଦିଲ୍ଲୀ: ଦେଶରେ ପୁଣି କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କେନ୍ଦ୍ର ଆଲର୍ଟ ମୋଡକୁ ଆସିଛି । କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତି ଆକଳନ ପାଇଁ ଆଜିଠୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯିବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମକ୍ ଡ୍ରିଲରେ ସରକାରଙ୍କ ସହିତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏପ୍ରିଲ ୭ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କୁ ଡାକ୍ତରଖାନା ପରିଦର୍ଶନ କରିବା ଏବଂ ମକ୍ ଡ୍ରିଲ୍ କରିବାକୁ ପରାମର୍ଶ ଦେଇଥିଲେ। ଏପ୍ରିଲ ୮ ଓ ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବାକୁ କେନ୍ଦ୍ର ମନ୍ତ୍ରୀ କହିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମୁଖ୍ୟ ତଥା ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଉକ୍ତ ବୈଠକରେ ମାଣ୍ଡବୀୟ ଇନ୍‌ଫ୍ଲୁଏଞ୍ଜା ପରି ଅସୁସ୍ଥତା (ଆଇଏଲ୍ଆଇ) ଏବଂ ଗୁରୁତର ଶ୍ବାସ ଜନିତ ସଂକ୍ରମଣ (ଏସ୍ଏଆରଆଇ) ଉପରେ ନଜର ରଖିବା, ଟେଷ୍ଟ ଏବଂ ଟିକାକରଣ ବୃଦ୍ଧି କରିବା ସହ ଡାକ୍ତରଖାନାଗୁଡ଼ିକରେ ଉନ୍ନତ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave a Reply

Your email address will not be published. Required fields are marked *