ନାଉଗାଁ ବ୍ଲକ ବିଡ଼ିଓ ,ଜିପିଓ ,ପି ଇ ଓ ଙ୍କ ନାମରେ ଏତଲା

ନାଉଗାଁ ବ୍ଲକ ପିଇଓ , ଜିପିଓ ଏବ୍ଂ ବିଡିଓ ଙ୍କ ନାମରେ ଏତଲା ଦେଲେ ସରପଞ୍ଚ ( ଘୋଡାଅଂଶ ) ଡଙ୍ଗଲ ରୁ ଟଙ୍କା ଚୋରି ଘଟଣା କୁ ନେଇ ସରପଞ୍ଚ ସବୁ ଦପ୍ତର ରେ ବାରମ୍ବାର ଲିଖିତ ଭାବେ ଜଣାଇଲେ | ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଠାରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲେଖି ଅବଗତ କରାଇଲେ | ତୁରନ୍ତ ବୁଝ , ମୋ ଅଜାଣତରେ ମୋ ଡଙ୍ଗଲ ନେଇ ପଞ୍ଚାୟତ ର ସରକାର ଦେଇଥିବା ଟଙ୍କା ଚୋରି କରାଯାଇଛି | ହେଲେ କେହି ଶୁଣିଲେ ନାହିଁ | ଆଉ ଶେଷରେ ବାଧ୍ୟହୋଇ ଆଜି ସରପଞ୍ଚ ନିଜେ ଥାନା ରେ ପିଇଓ , ଜିପିଓ ଏବ୍ଂ ବିଡିଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ ଦାଖଲ କଲେ | ଯଦି 7 ଦିନ ଭିତରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ନାଉଗାଁ ବ୍ଲକ ଆଗରେ ଆମରଣ ଅନଶନ ରେ ସରପଞ୍ଚ ବସିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି | ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ | ଉକ୍ତ ବ୍ଲକ୍ ର ଘୋଡାଂଶ ପଞ୍ଚାୟତ ର ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଆଜି ବ୍ଲକ ର ଏହି ତିନି ମୁଖ୍ୟ ଅଧିକାରୀ ଙ୍କ ବିରୋଧରେ ଥାନା ରେ ଲିଖିତ ଅଭିଯୋଗ କରି ଚର୍ଚା ର ପରିଧି କୁ ଆସିଛନ୍ତି | ଘୋଡ଼ାଂଶ ପଞ୍ଚାୟତ ର ବର୍ତ୍ତମାନ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ନିଜ ପଞ୍ଚାୟତ କାର୍ଯ୍ୟାଳୟ ପତ୍ର ସଂଖ୍ୟା 32 ତାରିଖ 26/09/2022 ଅନୁଯାଇ ପଞ୍ଚାୟତ ର ବିଦ୍ୟୁତ୍ ବିଲ୍ ପୈଠ ପାଇଁ ପଞ୍ଚାୟତ ର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରି ଅରୁଣ କୁମାର ପ୍ରଧାନ ସରପଞ୍ଚ ଙ୍କ ଠାରୁ ଡଙ୍ଗଲ ବା ଡିଏସସି ନେଇଥିଲେ | କିନ୍ତୁ ଆଶ୍ଚର୍ଯ ର କଥା ହେଉଛି ସରପଞ୍ଚ ଙ୍କ ଅଗୋଚର ରେ ସମ୍ପୃକ୍ତ ଅଧିକାରୀ ଚଞ୍ଚକତା କରି ଉକ୍ତ ଡଙ୍ଗଲ ବା ଡିଏସସି ଜରିଆରେ 30 ଜୁନ 2022 ରେ ଏସଏଫସି ଆକାଉଣ୍ଟ୍ ରୁ ଏକ ଲକ୍ଷ୍ୟ ଅନେଶ୍ବତ ହଜାର ପାଞ୍ଚଶହ ପାଞ୍ଚ ଟଙ୍କା , ଓ ଉକ୍ତ ଦିନ ସିଏଫସି ଆକାଉଣ୍ଟ୍ ରୁ ଶତସଠି ହଜାର ତିନିଶହ ପନ୍ଦର ଟଙ୍କା ଓ ଉକ୍ତ ମାସ 27 ତାରିଖ ରେ ସିଏଫସି ଆକାଉଣ୍ଟ୍ ରୁ ଉଣେଇସି ହଜାର ଆଠଶହ ଟଙ୍କା ପୈଠ ହୋଇଥିବା ସେ ତାଙ୍କ ଅଭିଯୋଗ ରେ ଦର୍ଶାଇ ଥିବା ବେଳେ ଏପର୍ଯ୍ୟନ୍ତ ବିଡିଓ କିଛି ପଦକ୍ଷେପ ନେଇନଥିବା ସେ ପ୍ରକାଶ କରିଛନ୍ତି | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉଣେଇଶି ହଜାର ଆଠଶହ ଏବ୍ଂ ଏକ ଲକ୍ଷ୍ୟ ଅନେଶତ ହଜାର ପାଞ୍ଚଶହ ପାଞ୍ଚ ଟଙ୍କା ଫାଇଲ ରେ ସରପଞ୍ଚ ମୋତେ ଦସ୍ତଖତ କରି ନଥିବା କି ଏ କାର୍ଯ୍ୟ ବିଷୟ ରେ ଜାଣି ନ ଥିବା ବେଳେ ସତସଠି ହଜାର ତିନିଶହ ପନ୍ଦର ଟଙ୍କା ଫାଇଲ ରେ ସେ 23/08/2022 ରେ ଦସ୍ତଖତ କରିଛନ୍ତି | ତାଙ୍କ ଦସ୍ତଖତ କରିବାର ଦୁଇମାସ ପୂର୍ବରୁ ଏହା କିଭଳି ପୈଠ ହେଲା ସେ ତାକୁ ନେଇ ପ୍ରଶ୍ନ ଉଠାଯାଇଛନ୍ତି | ନାଉଗାଁ ବ୍ଲକ ରେ ଅନୁଷ୍ଠିତ ହୋଇଥିବା ଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଲିଖିତ ଅଭିଯୋଗ କରିଥିବା ବେଳେ କିଛି ଲାଭ ନହେବାରୁ ଆଜି ସେ ଥାନା ର ଦ୍ୱାରସ୍ଥ ହେଲେ ବୋଲି ଚର୍ଚା ବଢିବାରେ ଲାଗିଛି | ସରପଞ୍ଚ ଏହି ଫାଇଲ ରେ ଦସ୍ତଖତ କରିନଥିବା ବେଳେ ବିଡିଓ, ଯନ୍ତ୍ରୀ ଓ ଜୀପିଓ ଏହି ଫାଇଲ ରେ ଦସ୍ତଖତ କରିଛନ୍ତି କି ନାହିଁ ତାହା ମଧ୍ଯ ତଦନ୍ତ ସାପେକ୍ଷ | କିଭଳି ଓ କାହା ପ୍ରରୋଚନାରେ ତତକାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଳି କାର୍ଯ୍ୟ କଲେ , ବ୍ଲକ୍ ପ୍ରଶାସନ ଜାଣିଛନ୍ତି କି ନାହିଁ ଓ ସେ ଏହି ଅର୍ଥ କୁ ନିଜେ ଆତ୍ମସାତ କରିଛନ୍ତି କି ତାଙ୍କ ଠାରୁ କିଏ ନେଇଚି ତାହା ଏବେ ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି | ପିଇଓ , ଜିପିଓ ଏବ୍ଂ ବିଡିଓ ଙ୍କ ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଥିବା ବେଳେ ବିଡିଓ କିମ୍ବା ସମ୍ପୃକ୍ତ ତତ୍କାଳୀନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇନାହିଁ |

Leave a Reply

Your email address will not be published. Required fields are marked *