ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଵାର୍ଷିକୀ ପାଳିତ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଆନୁକୂଲ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ଡା.ରୁଦ୍ରନାରାୟଣ ଦାଶ ଏବଂ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଖେରସଛକ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, କାଉନସିଲର ଶ୍ରୀମତୀ କ୍ରିନସ୍ ପ୍ରିୟା ପରିଜା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ,ପୌରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସ°ସ୍କୃତି ଅଧିକାରୀ ଦିଲ୍ଲିପ କୁମାର ଜେନା, ବରିଷ୍ଠ ସହାୟକ ଦିପକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବକୃଷ୍ଣ ଚୌଧୁରୀଙ୍କ ପତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *