ପ୍ରତିଭା ଚୟନ ର ନୂଆ ପରିଭାଷା: ଯୁବ ଓଡିଶା ନବୀନ ଓଡିଶା

ଇଶ୍ଵର ଙ୍କ ସୃଷ୍ଟି ରେ ପ୍ରତି ପିଲା ମଧ୍ୟରେ ପ୍ରତିଭା ରହିଛି।ଏହାର ପରିପ୍ରକାଶ ଯୁବ ଓଡିଶା ନବୀନ ଓଡ଼ିଶା ର ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିଲ୍ଲା ପରିଷଦର ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ । ଆଜି ପୂର୍ବାହ୍ନରେ ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ପରିସରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଶ୍ରୀମତୀ ସ୍ୱାଇଁ ସରକାରଙ୍କ ଏହି ଅଭିନବ ଯୋଜନା ପାଇଁ ପ୍ରତିଟି ପିଲା ନିଜର ଦକ୍ଷତା ଓ ପ୍ରତିଭା କୁ ପ୍ରଦର୍ଶନ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ବୋଲି କହିଥିଲେ।ମହାବିଦ୍ୟାଳୟର ଡିନ ଡା. ସବିତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରି ଏହି ଯୋଜନା ପିଲା ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ସଶକ୍ତ କରିବ ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ନୋଡ଼ାଲ ଅଫିସର ସୁବ୍ରତ ଜୟସିଂ, ଭାଇସ ପ୍ରିନସିପାଲ ପ୍ରଫେସର ଲଲାଟେନ୍ଦୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନିଜ ଡାକ୍ତରି ଅଧ୍ୟୟନ ସହ ନିଜକୁ ସୁସ୍ଥ ରଖିବା ଓ ନିଜର ଲୁକ୍କାୟିତ ପ୍ରତିଭାର ବିକାଶ ରେ ଯୁବ ଓଡିଶା ନବୀନ ଓଡିଶା ଯୋଜନା ବେଶ ସହାୟକ ହୋଇ ପାରିବ ବୋଲି କହିଥିଲେ। ଶେଷରେ ସହକାରୀ ପ୍ରାଧ୍ୟାପକ ସଙ୍ଗୀତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୁପରିଟେଣ୍ଡେଟ୍ ଡା କୌଶିକ ମିଶ୍ର ଙ୍କ ତତ୍ତ୍ୱାବଧାନରେ ପ୍ରଫେସର ରାମଚନ୍ଦ୍ର ଗିରି, ଆରତୀ ବେହେରା, ଅନୀଲ କୁମାର ସାହୁ, ଡା ଶାନ୍ତନୁ କୁମାର ପାଢୀ, ଡା ମାୟାଧର ପଣ୍ଡା, ଡା ଦେବାଶିଷ ପଣ୍ଡିତ, ଡା ଦେବଜ୍ୟୋତି ମହାପାତ୍ର, ଡା ଅଭିଷେକ ପଣ୍ଡା, ଅଜୟ କୁମାର ଜେନା, ରାଜକିଶୋର ରଥ ,କଳ୍ପତରୁ ମିଶ୍ର, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ପରେ ଅତିଥି ମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ପାଶ୍ୱବର୍ତ୍ତୀ ଗ୍ରାମରେ ସ୍ୱଛତା ଓ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ଦକ୍ଷତା ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *