ଜଟଣୀରେ ନକ୍ସା ପାଇଲଟ ପ୍ରକଳ୍ପ ଶୁଭାରମ୍ଭ

ଜଟଣୀ ତା ୧୯-୦୨-୨୫ଆଜି ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନ, ମାନ୍ୟବର ମନ୍ତ୍ରୀ, କୃଷି, କୃଷି କଲ୍ୟାଣ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାରଙ୍କ ପକ୍ଷରୁ ସହରୀ ଭୂମିର ସଠିକ ଚିହ୍ନଟ ନିମନ୍ତେ “ନକ୍ସା” ପାଇଲଟ କାର୍ଯ୍ୟକ୍ରମର ସର୍ବ ଭାରତୀୟ ସ୍ଥରେରେ ମଧ୍ୟପ୍ରଦେଶ ରାଜ୍ୟରୁ ଶୁଭାରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଆଗାମୀ ଦିନ ମାନଙ୍କରେ ଓଡିଶା ପ୍ରଦେଶର ୦୪ଗୋଟି ସହରାଞ୍ଚଳ ଯଥା ଜଟଣୀ, ଖୋର୍ଦ୍ଧା, ବାରିପଦା ଏବଂ ଝାରସୁଗୁଡାରେ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହାର ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ (ସ୍ରଷ୍ଠା) ଠାରେ ଅନୁଷ୍ଠିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ, ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ତହସିଲଦାର ଶ୍ରୀମତୀ ପ୍ରୀତି ପର୍ଣ୍ଣା ମିଶ୍ର, ସର୍ଭେ ଅଫ ଇଣ୍ଡିଆର ମିଥିଲେଶ ଗୁପ୍ତାଙ୍କ ସହ ଅନ୍ୟ ସହଯୋଗୀ, ପାରିଷଦ ଶଶାଙ୍କ ଶେଖର ରାୟ, କେ ସୁରେଶ, ପି ରାଜକୁମାରୀ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଟିକସ ଦାତା, ମହିଳା ଗୋଷ୍ଠୀ, ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧. ୦୦ଘଟିକାରୁ ଆରମ୍ଭ କାରୀ ଅପରାହ୍ନ ୦୨. ୦୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ସହରରେ ଥିବା ସମସ୍ତ ଭୂମିର ସ୍ୱଚ୍ଛତାର ସହ ସଠିକ ଚି଼ହ୍ନଟ କରିବା ଏବଂ ଜମିଜମା ବିବାଦକୁ ଏଡ଼େଇବା ସହ ସମସ୍ତ ତଥ୍ୟ ସାର୍ବଜନୀନ କରିବା।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *