ପ୍ରହସନରେ ପରିଣତ ନୟାଗଡ଼ ଜିଲ୍ଲା ଦିଶା ବୈଠକ

ନୟାଗଡ଼, ତା. ୧୯.୦୬.୨୦୨୫- ଆଜି ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଜିଲ୍ଲା ପରିଷଦ ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଡଃ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା,ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମାନ୍ୟବର ବାଚସ୍ପତିଙ୍କ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧ୍ଵ ଇଂ. ଅଭିଷେକ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ବାଗତ ଭାଷଣ ରଖିଥିଲେ । ଏହାପରେ ମାନ୍ୟବର ସାଂସଦ ତାଙ୍କ ଅଭିବ୍ୟକ୍ତି ରଖିଥିଲେ । ସେ କହିଲେ ଯେ, ‘ବେଟି ବଚାଓ ଓ ବେଟି ପଢ଼ାଓ’ ସଫଳତାର ସହିତ ଭାରତ ବର୍ଷର ଅନେକ ଯାଗାରେ ଚାଲିଛି । ଆମ ନୟାଗଡ଼ ଜିଲ୍ଲା ପୂର୍ବ ତୁଳନାରେ କିଛି ମାତ୍ର ସଫଳତା ଲାଭ କରିଛି । କନ୍ୟାସନ୍ତାନ ସୁରକ୍ଷା, ଶିକ୍ଷା ଏବଂ ପୁତ୍ରସନ୍ତାନ ତୁଳନାରେ କନ୍ୟାସନ୍ତାନଙ୍କ ସଂଖ୍ୟା ବୃଦ୍ଧି କରିବା ବିଷୟରେ ଆଲୋଚନା କରିଥିଲେ ।

ଆଲୋଚନା ପ୍ରାରମ୍ଭରେ ତା.୦୩.୧୦.୨୦୨୪ରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ବାକିଥିବା ବିଷୟ ଯଥାକ୍ରମେ-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ବିଷୟରେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଏଥିସହ ଆଜିର କାର୍ଯ୍ୟସୂଚୀ ଅନୁସାରେ ତିନୋଟି ବିଷୟରେ ଆଲୋଚନା ହୋଇଥିଲା । ୧) ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ,୨) ବେଟି ବଚାଓ ଓ ବେଟି ପଢ଼ାଓ, ୩) ପ୍ରଧାନମନ୍ତ୍ରୀ ସୂର୍ଯ୍ୟଗୃହ ଯୋଜନା ଉପରେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ମଂଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ପରେ ସଭାସାଙ୍ଗ କରାଯାଇଥିଲା ।ତେବେ ପ୍ରହସନରେ ପରିଣତ ହୋଇଥିବା ନୟାଗଡ଼ ଜିଲ୍ଲା ଦିଶା ବୈଠକକୁ ଗୁରୁତ୍ୱ ବୋଲାଉଥିବା ବୈଠକରେ ସାମ୍ବାଦିକଙ୍କୁ ଅଣଦେଖା କରି ସାମ୍ବାଦିଙ୍କୁ ନଡାକି ସରକାରୀ ନ୍ୟୁଜ ପ୍ରେରଣରେ ସାମ୍ବାଦିକ ଉପସ୍ଥିତ ବୋଲି ଚଞ୍ଚକତାର ସହ ଦର୍ଶାଉଛନ୍ତି ଜନୈକ ଅଧିକାରୀ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

Leave a Reply

Your email address will not be published. Required fields are marked *