ଇଟାମାଟି ଠାରେ ବିଜୁ-ମହାତବ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ପାଳିତ

୧୬/୭- ନୟାଗଡ ବ୍ଲକ ନିକଟସ୍ଥ ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସର ରେ ୭୨ ତମ ବନ ମାହୋସ୍ଛବ ସ୍ଥାନୀୟ ବିଜୁ ମହତାବ ସ୍ବେତ୍ସାସେବୀ ସଂଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଇଟାମାଟି ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକଙ୍କ ପୌରହିତରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ କରାଯିବା ସହ ନିକୁଲର ସମ୍ପାଦକ ଦିଲୀପ କୁମାର ସାହୁଙ୍କ ଏକ ସଂଯୋଜନାରେ ସଚେତନତା ସଭା ଆୟୋଜିତ ହୋଇଥିଲା ।ଵୃକ୍ଷ ବଞ୍ଚିଲେ ଆମେ ବଂଚିବା ବୃକ୍ଷ ହିଁ ଜୀବନ। ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ତାକୁ ବଂଚାଇବାର ଦାଇତ୍ୱ ନେଲେ ଆମର ଏ ପ୍ରୟାସ ଫଳ ପ୍ରଦ ହେବ ବୋଲି ଅତିଥି ମାନେ ଯୋଗଦେଇ କହିଥିଲେ ।ନୟାଗଡ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ମନୋଜ ପାତ୍ର ଏବଂ ଅତିରିକ୍ତ ବନ ସଂରକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ମହାନ୍ତି ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଉକ୍ତ ଉଶ୍ଚବ ରେ ଯୋଗଦେଇଥିଲେ ।ଏବଂ ସରପଞ୍ଚ ଶ୍ରୀମତି ସୋନାଲିକ ମନ୍ଥନ ସ୍ୱାଗତ ଭାଷଣ ଦେଇଥିଲେ ।ଏ ଅବସରରେ ପରିବେଶବିତ ରଞ୍ଜନ ରଶ୍ମି ଜେନା ,ଉମେଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ଶ୍ରବଣ କୁମାରମ ,ଯୁବ ସମାଜ ସେବୀ ସାଇ ଶୁଭମଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟ୍ୟରେ ଦୁର୍ଯ୍ୟୋଧନ ନାୟକ ,ସାଉଁର ମଲ ଅଗ୍ରୱାଲ ,ରଙ୍ଗନାଥ ବେହେରା ,ଜଗନ୍ନାଥ ଦାସ ,ଭାଗିରଥି ବାଇ ,ଏବଂ ଶ୍ୟାମ ପାତ୍ର ସମେତ ବହୁ ଵୃକ୍ଷ ପ୍ରେମୀ ଏଥିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *