ନାୟକ

ନାୟକ
🖊️କବିରତ୍ନ ନୂତନ କୁମାର ବେହେରା
ବାସ୍ତବ ଜୀବନେ ଯିଏ ସଦା ସଂଘର୍ଷ କରି
ତାର ଲକ୍ଷ୍ୟ ପୂରଣରେ ହୋଇଥାଏ ସାର୍ଥକ
ସମାଜର ମଙ୍ଗଳରେ ରହିଥାଏ ସେ ନାୟକ
ନ ଚାହିଁ କେବେ ନିଜର ସୁଖ ଶାନ୍ତି ସନ୍ତୋଷ
ସମୂହଙ୍କ ହିତ ସାଧନରେ ରଖିଥାଏ ଧ୍ୟାନ
ଭରସା ବିଶ୍ଵାସରେ ଯେ ଅଟଳ ସେ ନାୟକ
ସାଧାରଣ ଚରିତ୍ରର ଉର୍ଦ୍ଧ୍ଵରେ ସିଏ ରହି
ସତ୍ୟ ଧର୍ମ ନ୍ୟାୟର ନୀତି ନିୟମକୁ ପାଳେ
ଚଳନ୍ତି ପଥେ ମୁକ୍ତିର ମଶାଲ ଜାଳି ଚାଲେ
ଆବଶ୍ୟକ ସ୍ଥଳେ ନୂଆ ରାସ୍ତା ତିଆରି କରେ
ସବୁରି ମନରେ ବିଚାରରେ ସେ ନାୟକ
ଜନ୍ମରୁ ମୃତ୍ୟୁ ଯାଏଁ ପ୍ରତି ଶୃଙ୍ଖଳରେ ଅଙ୍କୁଶ
ବାଧା ବିଘ୍ନ ସବୁ ସାଜି ଥାଆନ୍ତି ପ୍ରତିକୂଳ
ଜୀବନ କାହାଣୀର ନାଟକ ବା ଚଳଚିତ୍ରରେ
ମୁଖ୍ୟ ଅବା ଗୌଣ ଏକ ଖଳନାୟକ ହୋଇ
ଆଣିଥାଏ ଯେ ଛନ୍ଦମନ୍ଦର ବିଷମ ସମସ୍ୟା
ତା’ ସହିତ ଲଢ଼ି ଜୟଯୁକ୍ତ ହୁଅଇ ନାୟକ
ଜଟିଳ ପରିସ୍ଥିତିର କରେ ସରଳ ସମାଧାନ
ସରସ ସୁନ୍ଦର ଜୀବନ ଗଢ଼ି ରହେ ଲଢ଼ି
ଅନେକରେ ହୋଇ ଏକ ହୁଏ ପଥ ପ୍ରଦର୍ଶକ
ମହାପ୍ରଭୁ ପର୍ଶୁରାମ ରାମ କୃଷ୍ଣଙ୍କ ପରି
ଅବତାରୀ ମାନଙ୍କର ହୁଅଇ ଅନୁଗାମୀ
ଯା’ ଲାଗି ଲେଖା ହୁଏ ନୂଆ ଇତିହାସ
ସେ ବୀର ଗୁଣେ ଜ୍ଞାନ ଗାରିମାରେ ଅନନ୍ୟ
ଶକ୍ତି ସାମର୍ଥ୍ୟରେ ଶର୍ଯ୍ୟରେ ଦୁଃସାହସୀ
ଗର୍ବ ଅହଂକାରର କରିଥାଏ ମୂଳୋତ୍ପାଟନ
ସ୍ଥିତପ୍ରଜ୍ଞ ହୋଇ ଆଣିଥାଏ ଏକ ସ୍ଥିତାବସ୍ଥା
ନାୟକ ଭୂମିକାରେ ପୋଛେ ନାୟିକାର ଲୁହ
ପ୍ରେମର ପ୍ରତ୍ୟୟରେ ଓଠେ ଭରେ ହସ
ଦୁଃଖ ଦରିଆର ଅଥଳ ଗର୍ଭରୁ ଆଣେ କୂଳକୁ
ଐତିହ୍ୟ ସଂସ୍କୃତି ପରମ୍ପରାକୁ ଦିଏ ସମ୍ମାନ
କଳା ସ୍ଥାପତ୍ୟର ଯଶ କୀର୍ତ୍ତିକୁ ରଖେ ଅମ୍ଳାନ
ଜାତୀୟ ଏକତା ସଂହତିକୁ କରେ ସୁଦୃଢ଼
ନେତୃତ୍ଵରେ କୋଟିଏ ମନକୁ କରେ ଏକ
ମାତୃଭୂମିର ସେବାରେ ରହି କରୁଥାଏ ତ୍ୟାଗ
ମାନବ ରୂପରେ ଜନ୍ମି ସିଏ ହୁଏ ନାୟକ।
କୋହି,ବାରିପଦା,ମୟୂରଭଞ୍ଜ।