ନିତା ଫୁଟବଲ ଏକାଡେମୀର ସଫଳତା

‘ଜାତୀୟ ସବ-ଜୁନିୟର ବାଳିକା ଫୁଟବଲ ଚମ୍ପିୟାନସିପ-୨୦୨୩’ ରେ ଅଂଶ ଗ୍ରହଣ କରି ଓଡ଼ିଶା ଦଳ ପାଇଁ ନିତା ଫୁଟବଲ ଏକାଡେମୀ, ପୁରୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେନା ୧୫/୦୯/୨୦୨୩ ଠାରୁ ଆରମ୍ଭ ହୋଇଥିବା ଫୁଟବଲ ଚମ୍ପିୟାନସିପରେ କର୍ଣ୍ଣାଟକର ବେଲଗାଓଁ ଜିଲ୍ଲାରେ ଓଡିଶା ପାଇଁ ଗୋଲକିପର ଭୂମିକାକୁ ସୁଚାରୁ ରୂପେ ତୁଲାଇ ଓଡିଶାକୁ ବିଜୟ ମୁକୁଟ ପିନ୍ଧାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନିଜ ଗ୍ରୁପରେ ସମସ୍ତ ମ୍ୟାଚକୁ ଜିତି ଗ୍ରୁପରେ ଓଡ଼ିଶାକୁ ଶ୍ରେଷ୍ଠ ଓ ଗୌରବମୟ କରିବାରେ ସେ ସକ୍ଷମ ହୋଇଛନ୍ତି । ସମସ୍ତ ମ୍ୟାଚରେ ପ୍ରତିପକ୍ଷ ଦଳ ଓଡିଶାକୁ ୨ (ଦୁଇ)ଟି ଗୋଲ ଦେଇଥିବା ବେଳେ ଓଡିଶା ପ୍ରତିପକ୍ଷ ଦଳକୁ ସତର (୧୭) ଟି ଗୋଲ ଦେଇଅଛି । ଓଡ଼ିଶାର ସମସ୍ତ ଖେଳାଳୀ ଉତ୍କର୍ଷ ଖେଳ ପ୍ରଦର୍ଶନ କରିଥିବା ବେଳେ ଗୋଲକିପରଙ୍କ ଖେଳ ସହଜରେ ଅନୁମେୟ ।

ଓଡିଶା ଗ୍ରୁପର ଶୀର୍ଷସ୍ଥାନ ହାସଲ କରି ସେମିଫାଇନାଲରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ ଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି । ୨୯/୦୯/୨୦୨୩ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ। ବର୍ଷା ପ୍ରିୟଦର୍ଶିନୀ ଜେନାଙ୍କ ପିତା ଶ୍ରୀଯୁକ୍ତ ଦୀନବନ୍ଧୁ ଜେନା ହୋମଗାର୍ଡଙ୍କ ଡିପାର୍ଟମେଣ୍ଟରେ ହୋମଗାର୍ଡ ଭାବରେ କାର୍ଯ୍ୟରତ ଥିବା ବେଳେ ମାତା ଶ୍ରୀମତୀ ଜୟନ୍ତି ଜେନା ଗୃହିଣୀ ଅଟନ୍ତି । ବର୍ତମାନ ବର୍ଷା ପୁରୀ ଜିଲ୍ଲା ସ୍କୁଲରେ ଷଷ୍ଠ ଶ୍ରେଣୀରେ ଅଧୟନରତ। ବର୍ଷା ପ୍ରିୟଦର୍ଶିନୀ ଜେନାଙ୍କ ସଫଳତାରେ ପୁରୀ ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର, କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ ରେଡ୍ଡୀ, ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ଶ୍ରୀଯୁକ୍ତ ରବି ଶଙ୍କର ପ୍ରତିହାରୀ, ନିତା ଫୁଟବଲ ଏକାଡେମୀର ଚେୟାରମ୍ୟାନ ଇଂ. ସୁବ୍ରତ ଦାସ ଓ ବିବିଧ କ୍ରୀଡା ପ୍ରେମୀଙ୍କ ଦ୍ୱାରା ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *