ବ୍ୟାସନଗର ପୌର କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କଲେ ନୂତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ*

ବ୍ୟାସନଗର ପୌର କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କଲେ ନୂତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳl ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଉପାଧ୍ୟକ୍ଷ ଅଧ୍ୟକ୍ଷ ଚୌକିରେ ବସିଛନ୍ତି l ଅନାସ୍ଥା ଭୋଟରେ ପୂର୍ବତନ ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ହାରିବା ପରେ ଏହି ସ୍ଥାନରେ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଅଧ୍ୟକ୍ଷ ଭାବେ ଯୋଗଦେବାକୁ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ l ନୂତନ ଭାବରେ କାର୍ଯ୍ୟ ଭାରର ଦାୟିତ୍ଵ ଗ୍ରହଣ କରି ବ୍ୟାସନଗର ସହର ର ଜନସାଧାରଣଙ୍କ ପ୍ରତି ସଦିଛ୍ଧା ଓ ସେବା ମନୋଭାବକୁ ତ୍ଵରାନିତ କରିବେ ବୋଲି କହିଛନ୍ତି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ l ପ୍ରଥମେ ଗୃହ ପୂଜନ ପରେ କାଉନସିଲର ମାନଙ୍କ ଗ୍ରହଣରେ ଆସି ନୂତନ ଅଧ୍ୟକ୍ଷ ଶ୍ରୀ ବଳ ନିଜର କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି l ବ୍ୟାସନଗର ସହରର ସର୍ବାଙ୍ଗୀନ ବିକାଶ କରିବା ନିମିତ୍ତ ଯେଉଁ ସବୁ କାର୍ଯ୍ୟ ଅଟକି ରହି ଥିଲା ତାହା ପୁନଶ୍ଚ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି l ଏହି ପରିପକ୍ଷରେ ପୌର ପରିଷଦର କର୍ମଚାରୀ ମାନେ ନୂତନ ଅଧ୍ୟକ୍ଷଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ