ବାଲିପଦର ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କ୍ରୀଡ଼ା କାର୍ଯ୍ୟକ୍ରମ ଉଦ୍ଘାଟିତ

ଆସିକା,ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା/ଯୁବ ଓଡ଼ିଶା, ନବୀନ ଓଡ଼ିଶା ଉପଲକ୍ଷେ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ବରେ ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ହରିହର ବିଷୋୟୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥିଭାବେ ବାଲିପଦରର ସରପଞ୍ଚ ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ଓ କଳମ୍ବ ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଶ୍ରୀଯୁକ୍ତ ଅମୀୟ କୁମାର ସ୍ବାଇଁ ଏବଂ କ୍ରୀଡା ବିଭାଗର ସଭାପତି ଡ. ଏ.ଜିତେଶ୍ ରାଓ ଦୋରା ଉକ୍ତ କାର୍ଯ୍ୟକ୍ରମର ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ମଶାଲ ଶୋଭାଯାତ୍ରାକୁ କ୍ରୀଡା ଅଧ୍ୟାପକ ଶ୍ରୀଯୁକ୍ତ ଭଂଜକିଶୋର ଗୌଡ଼ ନେତୃତ୍ବ ନେବା ସହ ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଗୋପୀନାଥ ମହାନ୍ତି, ସଲୀଲା ନାୟକ, ପ୍ରେମାନନ୍ଦ ପ୍ରଧାନ, ଭକ୍ତଲତା ମହାପାତ୍ର, ଏନ୍. ସୁଦୁରାଜୁ ଦୋରା, ସିମାଞ୍ଚଳ ଗୌଡ, କୃଷ୍ଣ ଚନ୍ଦ୍ର ନାହାକ, ନବଘନ ପ୍ରଧାନ, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ବାଇଁ ଓ ଆଶିଷ କୁମାର ନାୟକ ଅଂଶଗ୍ରହଣ କରିଥିଲେ। କ୍ରୀଡା ବିଭାଗର ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଯାଇଥିଲା।

Ranjan Kumar raout reporter

Leave a Reply

Your email address will not be published. Required fields are marked *