ଯୋଡା ଡାକ୍ତରଖାନାରେ ଆଧୁନିକ ଅପରେସନ ଥିଏଟର ଉଦଘାଟିତ

କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ କମାରଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ପୂର୍ବାହ୍ନରେ ଏକ ଅତ୍ୟାଧୁନିକ ଅପରେସନ ଥିଏଟର ଉଦଘାଟିତ ହୋଇଯାଇଛି । ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଯୋଗଦେଇ ଏହି ଅପରେସନ ଥିଏଟରକୁ ଉଦଘାଟିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ, ଉପାଧକ୍ଷ ସନ୍ଧ୍ୟା ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଦୀର୍ଘ ଦିନ ଧରି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ଅସ୍ତ୍ରୋପଚାର ନିମନ୍ତେ କୌଣସି ସୁବିଧା ଉପଲବ୍ଧ ନଥିଲା । ଗ୍ରାମାଞ୍ଚଳ ଲୋକଠାରୁ ଆରମ୍ଭ କରି ସହର  ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅପରେସନ ଥିଏଟରଟି ଉଦଘାଟିନ ହେବା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ଏହି ଅପରେସନ ଥିଏଟରରେ ଅତ୍ୟାଧୁନିକ ଅପରେଟିଂ ଟେବୁଲ ସହିତ ଏଲଇଡି ସର୍ଜିକାଲ ସିଲିଂ ଲାଇଟ ସହ ବିଭିନ୍ନ ଚିକିତ୍ସା ଉପକରଣ,ପ୍ରସୂତୀ ମହିଳାଙ୍କ ପାଇଁ ସହଜ ଓ ସରଳ ପଦ୍ଧତିରେ ପ୍ରସବ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ତତସଙ୍ଗେ ଗର୍ଭାସୟ, ଟ୍ୟୁମର ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକ ଚିକିତ୍ସା ଉପଲବ୍ଧ ହେବ ବୋଲି ଗୋ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଶିରା ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ କମାରଯୋଡ଼ା ଡାକ୍ତଖାନାର ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *