ଗୋଛାପଡ଼ାକୁ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ
![](https://teerthkhetra.com/wp-content/uploads/2025/02/IMG-20250215-WA0028.jpg)
ଗୋଛାପଡ଼ାକୁ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ ।ପୁଲବାଣୀ ୧୬/୦୨/୨୦୨୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଗଛ। ପଡା କୁ ନୂତନ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଗୋଛପଡା ବ୍ଲକର ପୂର୍ବତନ ବିଧାୟକ ତଥା ଆଞ୍ଚଳିକ ବିକାଶ ପରିଷଦ ଗୋଛାପଡ଼ା ସଂଘର ଉପଦେଷ୍ଟା ଅଙ୍ଗଦ କହଁର ଓ ସଂଘ ସଭାପତି ରୋହିତ କହଁରଙ୍କ ନେତୃତ୍ୱରେ ତା ୧୩/୦୨/୨୦୨୫ ରିଖରେ ଗୋଛାପଡା ବ୍ଲକର ନଅ ଗୋଟି ପଂଚାୟତର ଗ୍ରାମବାସୀ ଙ୍କ ସହ ଆସି କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ଯାହା ଉଲ୍ଲେଖ ଅଛି ଗୋଛାପଡ଼ା ଅଞ୍ଚଳର ୦୯ ଗୋଟି ଗ୍ରାମପଞ୍ଚାୟତ ଯଥା ଗୋଛାପଡ଼ା, ସଲାଗୁଡ଼ା,ପଲାବୃଡି, କ୍ରାଣ୍ଡିବାଲି,ପକାରୀ, ବଲନ୍ଦାପଡ଼ା, ଲୁଇସିଂ, ପାହିରାଜୁ ଓ କୁଏରିମାଣ୍ଡୁ ଜନସାଧାରଣ ସମସ୍ତେ ଫିରିଙ୍ଗିଆ ପଞ୍ଚାୟତସମିତି ସଦର ମହକୁମା କାର୍ଯ୍ୟାଳୟ ଠାରୁ ସୀମାନ୍ତ ଅଞ୍ଚଳରୁ ଦୂରତା ୩୦ କି.ମି. ଠାରୁ ପ୍ରାୟ ୭୫ ରୁ ୮୦ କି.ମି.ଉର୍ଦ୍ଧ ଦୂରତା ଅଟେ l ଗମନାଗମନ ଓ ପଞ୍ଚାୟତସମିତି ସମ୍ପର୍କିତ କାର୍ଯ୍ୟଗୁଡ଼ିକ ବିଷୟରେ ଉପଲବ୍ଧ କରିବାରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ପଞ୍ଚାୟତସମିତି, ଫିରିଙ୍ଗିଆ ହୋଇଥିବାରୁ ଏଠାକାର ଜନସଂଖ୍ୟା ୨୦୧୧ ମସିହା ଜନଗଣନା ଅନୁସାରେ ମୋଟ ୮୩୮୧୯ ଅଟେ । ଜନସଂଖ୍ୟା ଦୃଷ୍ଟିରୁ ମାତ୍ରାଧିକ ହୋଇଥିବାରୁ ସରକାରଙ୍କର ଯୋଜନା ସଠିକ୍ ରୂପେ ହିତାଧିକାରୀ ଙ୍କ ନିକଟରେ ପହଂଚି ପାରୁନାହିଁ ତତ୍ ସହିତ ମୌଳିକ ସୁବିଧାରୁ ବଞ୍ଚିତ ହେଉଅଛୁ । ଆମ ଅଞ୍ଚଳ ବିଶେଷ ବିକାଶ କ୍ଷେତ୍ରରେ ଉନ୍ନତି ହୋଇପାରିନାହିଁ ।ତେଣୁକରି ଆମ୍ଭ ୦୯ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳବାସୀ ଦୀର୍ଘ ୧୯୯୫ ମସିହାଠାରୁ ଗୋଛାପଡ଼ା ଠାରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ପାଇଁ ସରକାରଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଦାବୀ କରିଆସୁଅଛୁ । ଉକ୍ତ ଅଞ୍ଚଳର ୧୮୬ ଗୋଟି ୱାର୍ଡର ପ୍ରାୟ ୪୦୦ରୁ ଉର୍ଦ୍ଧ ପଡ଼ା/ଗ୍ରାମ/ସାହିଗୁଡ଼ିକ ୦୯ ଗୋଟି ଗ୍ରାମପଞ୍ଚାୟତ ର ସର୍ବମୋଟ ଜନସଂଖ୍ୟା ୨୭୬୬୨ ଜଣ ଲୋକ ବସବାସ କରୁଅଛୁ । ବିଗତ ଦିନରେ ପୂର୍ବ ସରକାର କେତୋଟି ପଞ୍ଚାୟତସମିତି ଗଠନ ହୋଇଥିବା ସମୟରେ ଆମ୍ଭେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିକଟକୁ ଦାବୀ ପତ୍ର ପଠାଇଥିଲୁ । ବର୍ତ୍ତମାନ ନୂତନ ସରକାରଙ୍କ ତରଫରୁ ନୂତନ ପଞ୍ଚାୟତସମିତି ଗଠନ କରିବା ପାଇଁ ପ୍ରସ୍ତାବ ଆଣିଥିବାରୁ ଆମ୍ଭେ ପୁଣିଥରେ ସରକାରଙ୍କ ନିକଟରେ ଗୋଛାପଡ଼ା ଠାରେ ନୂତନ ପଞ୍ଚାୟତ ସମିତି ଗଠନ ତାଲିକାରେ ସ୍ଥାନ ଦେବାପାଇଁ ଅନୁରୋଧ କରିଛନ୍ତି l ହେଲେ ଏଠି ସର୍ବ ସାଧାରଣ ପ୍ରଶ୍ନ କରୁଛନ୍ତି ଦୀର୍ଘ ୨୫ବର୍ଷ ବିଜେଡି ସରକାରଙ୍କ ଶାସନ ସମୟରେ ଏବଂ ନିଜେ ଅଙ୍ଗଦ କହଁର ବିଧାୟକ ଥିବା ବେଳେ ଚାହିଁଥିଲେ ହୋଇ ପାରିଥାନ୍ତା ତେବେ ଏବେ ଏତେ ତପ୍ତର କାହିଁକି? ଏହି ପ୍ରକାର ଅନେକ ପ୍ରଶ୍ନ ସର୍ବ ସାଧାରଣରେ ଆଲୋଚିତ ହେଉଥିବାର ଶୁଣିବାକୁ ମିଳୁଛି l