ନିମାପଡ଼ାରେ ଯୋଗ ଦେଲେ ନୂଆ ଉପଖଣ୍ଡ ପୋଲିସ ଅଧିକ୍ଷକ

ଗୋପ୧୮/୦୨/୨୫/,( ):ପୁରୀ ଜିଲ୍ଲା ନିମାପଡ଼ା ଉପଖଣ୍ଡ ପୋଲିସ ଅଧିକ୍ଷକ ଭାବେ ଜନାର୍ଦ୍ଦନ ପାଢ଼ୀ କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ଏଠାରେ ଥିବା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଙ୍କ ର ବଦଳି ହେବା ପରେ ଶ୍ରୀ ପାଢ଼ୀ ରୁ ଆସି ନିମାପଡ଼ା ରେ ଯୋଗ ଦେଇଛନ୍ତି।ଶ୍ରୀ ପାଢ଼ୀ ପୂର୍ବରୁ ନିମାପଡ଼ା ଥାନା ର ଆଇ ଆଇ ସି ଭାବେ ଦକ୍ଷତା ର ସହିତ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଶ୍ରୀ ପାଢ଼ୀ କାର୍ଯ୍ୟ ରେ ଯୋଗ ଦେବା ପରେ ତାଙ୍କୁ ନିମାପଡ଼ା ଅଞ୍ଚଳ ର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତା,ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ସାକ୍ଷାତ କରି ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି

। ନିମାପଡ଼ା, ଗୋପ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା,କାକଟପୁର, ଅସ୍ତରଙ୍ଗ, ଚାରିଛକ ଥାନା ସମେତ ନୟାହାଟ ଫାଣ୍ଡି ଅଞ୍ଚଳ ରେ ଆଇନ ଶୃଙ୍ଖଳା ରେ ସୁଧାର ଆଣିବା, ଟ୍ରାଫିକ ସମସ୍ୟା ଦୂର କରିବା, ଚୋରା ମାଦକ ଦ୍ରବ୍ୟ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ୱାରେଣ୍ଟି ମାନଙ୍କୁ ଗିରଫ କରିବା,ଥାନା ଓ ଫାଣ୍ଡି କୁ ଆସୁଥିବା ବ୍ୟକ୍ତି ମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *